ଓଡ଼ିଶାଲାଇଭ୍ ପଲିଟିପାଲ ବ୍ୟୁରୋ

ଖୋଲୁଛି ଇଭିଏମ, ବଢ଼ୁଛି ନେତାଙ୍କ ହୃଦସ୍ପନ୍ଦନ। ଆଜି ଆସିବ ୨୦୨୪ ମହାସମରର ଫଳାଫଳ। ୨୪ ରେଜଲ୍ଟ ଉପରେ ରହିଛି ସମସ୍ତଙ୍କ ନଜର।

ଆଜି ଆସିବ ପଲିଟିକାଲ ବଡ଼ ଲଢ଼େଇର ଫଇସଲା। ଜଣାପଡ଼ିବ କାହା ଉପରେ ଭରସା କରିଛନ୍ତି ଜନତା। ଓଡ଼ିଶାର ୨୧ଟି ଲୋକସଭା ଏବଂ ୧୪୭ଟି ବିଧାନସଭା ଆସନରେ କାହାକୁ କେଉଁଠି ମିଳୁଛି ସମର୍ଥନ ତା’ ଉପରେ ରହିଛି ନଜର।

ରାଜ୍ୟର ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଏବଂ କଂଗ୍ରେସ ୨୦୨୪ ନିର୍ବାଚନରେ ଭଲ ପ୍ରଦର୍ଶନ କରିବା ନେଇ ଆଶାବାଦୀ ରହିଛନ୍ତି। ଏଥର ବିଜେଡି ଏବଂ ବିଜେପି ମଧ୍ୟରେ ପ୍ରମୁଖ ଲଢ଼େଇ ଦେଖିବାକୁ ମିଳିଛି। ଇଭିଏମରେ ସିଲ ହୋଇଥିବା ପ୍ରାର୍ଥୀଙ୍କ ଭାଗ୍ୟ ଆଜି ଖୋଲୁଛି। ଆଜି ମଙ୍ଗଳବାର ଦିନ କାହାର ମଙ୍ଗଳ ହେବ ଏବଂ କାହାକୁ ନିରାଶ ହେବାକୁ ପଡ଼ିବ କିଛି ଘଣ୍ଟା ପରେ ସ୍ପଷ୍ଟ ହୋଇଯିବ।

ମଙ୍ଗଳବାର ସକାଳ ୮ଟାରୁ ଆରମ୍ଭ ହୋଇଛି ଭୋଟ ଗଣତି। ବର୍ତ୍ତମାନ ବିଜେଡିଠାରୁ ଆଗରେ ରହିଛି ବିଜେପି। ଭୋଟ ଗଣତି ଆରମ୍ଭରୁ ବିଭିନ୍ନ ଦଳଗୁଡ଼ିକ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି।                                               

 Tags: #Politics #OdishaPolitics #VoteCounting #OdishaAssemblyElections2024 #Odisha

LEAVE A REPLY

Please enter your comment!
Please enter your name here