ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

୨୦୨୪ ନିର୍ବାଚନରେ ଓଡ଼ିଶାରେ ବିଜୁ ଜନତା ଦଳର ବଡ଼ ବିପର୍ଯ୍ୟୟ ହୋଇଛି। ଭାରତୀୟ ଜନତା ପାର୍ଟିକୁ ସରକାର ଗଠନ କରିବା ପାଇଁ ପୂର୍ଣ୍ଣ ବହୁମତ ମିଳିଛି। ଫଳରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ନବୀନ ପଟ୍ଟନାୟକ।

ବୁଧବାର ପୂର୍ବାହ୍ଣରେ ନବୀନ ନିବାସରୁ ରାଜଭବନ ଅଭିମୁଖେ ବାହାରିଥିଲେ ନବୀନ ପଟ୍ଟନାୟକ। ରାଜଭବନରେ ପହଞ୍ଚି ରାଜ୍ୟପାଳ ରଘୁବର ଦାସଙ୍କୁ ସାକ୍ଷାତ କରି ଇସ୍ତଫାପତ୍ର ପ୍ରଦାନ କରିଛନ୍ତି ନବୀନ।

୨୦୦୦ରୁ ୨୦୨୪ ଯାଏଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ରହିଥିଲେ ନବୀନ ପଟ୍ଟନାୟକ। ଲଗାତର ୫ ଥର ମୁଖ୍ୟମନ୍ତ୍ରୀ ରହି ସେ ଭାରତୀୟ ରାଜନୀତିରେ ଏକ ରେକର୍ଡ ସୃଷ୍ଟି କରିଥିଲେ। ଆଜି ୨୪ ବର୍ଷର ଶାସନରେ ପୂର୍ଣ୍ଣଛେଦ ପଡ଼ିଛି। ୨୦୨୪ ନିର୍ବାଚନରେ ଓଡ଼ିଶାରେ ବଡ଼ ଧରଣର ପରିବର୍ତ୍ତନ ହୋଇଛି। ବିଜେପି ୭୮ଟି ବିଧାନସଭା ଆସନ ପାଇ ସଂଖ୍ୟା ଗରିଷ୍ଠତା ହାସଲ କରିଛି। ବିଜେଡି ୫୧ଟି ଆସନ ପାଇ ଦ୍ୱିତୀୟ ସ୍ଥାନରେ ରହିଛି। କଂଗ୍ରେସକୁ ୧୪ଟି ଆସନ ମିଳିଛି।

Tags: #Politics #OdishaPolitics #OdishaAssemblyElections2024 #CMNaveenPatnaik #Odisha

LEAVE A REPLY

Please enter your comment!
Please enter your name here