ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ଓଡ଼ିଶା ବିଧାନସଭା ନିର୍ବାଚନରେ ବିଜୟ ହାସଲ କରିଛି ଭାରତୀୟ ଜନତା ପାର୍ଟି। ୭୮ଟି ଆସନ ଜିତି ଦଳ ଏବେ ରାଜ୍ୟରେ ପ୍ରଥମଥର ପାଇଁ ସରକାର ଗଢ଼ିବାକୁ ଯାଉଛି। ଗତ ୨୪ ବର୍ଷରୁ ସରକାରରେ ଥିବା ବିଜେଡିକୁ ଏଥର ଅଟକାଇବାରେ ସଫଳ ହୋଇଛି ବିଜେପି। ମାତ୍ର ୫୧ ଆସନରେ ସୀମିତ ରହିଛି ବିଜେଡି। ଆସନ୍ତୁ ଜାଣିବା ୨୦୧୯ ଓ ୨୦୨୪ ଓଡ଼ିଶା ବିଧାନସଭା ନିର୍ବାଚନ ଫଳାଫଳର ଏକ ତୁଳନାତ୍ମକ ବିବରଣୀ।

୨୦୧୯ ବିଧାନସଭା ନିର୍ବାଚନରେ ବିଜେଡି ୧୧୨ଟି ଆସନରେ ବିଜୟୀ ହୋଇ ସରକାର ଗଢ଼ିଥିଲା। ଏହାସହ ଦଳ ଏହି ନିର୍ବାଚନରେ ୪୪.୭୧ ପ୍ରତିଶତ ଭୋଟ୍ ହାସଲ କରିଥିଲା। ହେଲେ ଚଳିତ ନିର୍ବାଚନରେ ଦଳ ପରାଜିତ ହୋଇଛି। ଏଥର ବିଜେଡି ୫୧ଟି ସିଟରେ ସିମିତ ହୋଇଛି ଏବଂ ଦଳର ଭୋଟ୍ ପ୍ରତିଶତ ୪୦.୨୨କୁ ଖସି ଯାଇଛି।

ତେବେ ଗତ ନିର୍ବାଚନରେ ବିଜେପି ୨୩ ଆସନ ଜିତି ମୁଖ୍ୟ ବିରୋଧୀ ଦଳ ହୋଇଥିଲା। ଦଳ ଓଡ଼ିଶାରେ ୩୨.୪୯ ପ୍ରତିଶତ ଭୋଟ୍ ହାସଲ କରିଥିଲା। ହେଲେ ଏବେ ୭୮ଟି ଆସନ ଜିତି ବାଜି ପଲଟାଇଛି ବିଜେପି। ଏହାସହ ଦଳର ଭୋଟ୍ ପ୍ରତିଶତ ୪୦.୦୭କୁ ବୃଦ୍ଧି ପାଇଛି।

ସେହିପରି କଂଗ୍ରେସ ୨୦୧୯ ରାଜ୍ୟ ବିଧାନସଭା ନିର୍ବାଚନରେ ୯ଟି ଆସନ ଜିତିଥିଲା। ଏହାସହ ଦଳ ୧୬.୧୨ ପ୍ରତିଶତ ଭୋଟ୍ ପାଇଥିଲା। ହେଲେ ଏଥର ଦଳର ସିଟ୍ ସଂଖ୍ୟା ୧୪କୁ ବଢ଼ିଥିବାବେଳେ ଭୋଟ୍ ପ୍ରତିଶତ ୧୩.୨୬କୁ ଖସି ଯାଇଛି।

Tags: #OdishaAssemblyElection2024 #Voting #SeatShare #BJD #BJP #Congress #Politics #Odisha

LEAVE A REPLY

Please enter your comment!
Please enter your name here