ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ନିର୍ବାଚନରେ ବିଜେଡିର ପରାଜୟ ପରେ କାର୍ତ୍ତିକ ପାଣ୍ଡିଆନଙ୍କୁ ଦେଖିବାକୁ ମିଳିନାହିଁ। ଏହାକୁ ନେଇ ବିଭିନ୍ନ ଚର୍ଚ୍ଚା ମଧ୍ୟ ଆରମ୍ଭ ହୋଇଛି। ବିଜେଡି ହାରିବା ପରେ କାର୍ତ୍ତିକ ପାଣ୍ଡିଆନ ଦିଲ୍ଲୀ ପଳାଇଥିବା ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରସାରଣ ହେବା ପରେ ପ୍ରତିକ୍ରିୟା ରଖିଛି ବିଜେଡି।

ଗୁରୁବାର ଦିନ ବିଜେଡି ସାଂସଦ ସସ୍ମିତ ପାତ୍ର ସାମ୍ବାଦିକ ସମ୍ମିଳନୀ କରି ଏହା ଉପରେ ସ୍ପଷ୍ଟୋକ୍ତି ରଖିଛନ୍ତି। ସସ୍ମିତ ପାତ୍ର କହିଛନ୍ତି, “ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ କୌଣସି କାର୍ଯ୍ୟରେ କାର୍ତ୍ତିକ ପାଣ୍ଡିଆନ ଦିଲ୍ଲୀ ଗସ୍ତରେ ଅଛନ୍ତି। କିଛି ନିର୍ଦ୍ଦିଷ୍ଟ ଗଣମାଧ୍ୟମ ଏହାକୁ ନେଇ ତଥ୍ୟବିହୀନ, ବିଭ୍ରାନ୍ତିକର ତଥା ମନ୍ଦ ଉଦ୍ଦେଶ୍ୟ ରଖି ଅତ୍ୟନ୍ତ ଅରୁଚିକର ଖବର ପ୍ରସାରଣ କରୁଛନ୍ତି।”

ଦଳର ନେତା କୌଣସି ସ୍ଥାନକୁ ଗସ୍ତ କଲେ ଗଣମାଧ୍ୟମକୁ ସୂଚନା ଦେଇଯିବାର କୌଣସି ନିୟମ ନାହିଁ। ଏଣୁ ଏପରି ଅରୁଚିକର ଓ ବିଭ୍ରାନ୍ତିକର ଖବର ପ୍ରସାରଣରୁ ସମ୍ପୃକ୍ତ ଗଣମାଧ୍ୟମ ଦୂରେଇ ରହିବାକୁ ସସ୍ମିତ ପାତ୍ର ଅନୁରୋଧ କରିଛନ୍ତି।

Tags: #Politics #OdishaPolitics #BJD #KartikPandian #BJDPressmeet #Odisha

Comment