ଓଡ଼ିଶାଲାଇଭ୍ ବ୍ୟୁରୋ

“ଭାରତର ବିକାଶରେ ନୂଆ ଇଞ୍ଜିନ ହେବ ଓଡ଼ିଶା। ଆଗାମୀ ୨୫ ବର୍ଷ ପର୍ଯ୍ୟନ୍ତ ଦେଶର ବିକାଶରେ ଓଡ଼ିଶା ପ୍ରମୁଖ ସ୍ଥାନ ନେବ”, ଏହା କହିଛନ୍ତି ନରେନ୍ଦ୍ର ମୋଦୀ।

ଏନଡିଏର ସଂସଦୀୟ ଦଳର ନେତା ଭାବେ ନିର୍ବାଚିତ ହେବା ପରେ ନରେନ୍ଦ୍ର ମୋଦୀ ଓଡ଼ିଶାର ନିର୍ବାଚନ ଫଳାଫଳକୁ ନେଇ ବେଶ ଉତ୍ସାହିତ ଥିବା କହିଥିଲେ। ସେ କହିଥିଲେ ଓଡ଼ିଶାରେ କ୍ରାନ୍ତି ଆସିଛି, ଏହି କ୍ରାନ୍ତି ବିକାଶକୁ ନୂଆ ଦିଗ ଦେବ। ଓଡ଼ିଶାର ନିର୍ବାଚନ ଫଳାଫଳ ବିକଶିତ ଭାରତର ସ୍ଵପ୍ନକୁ ନୂଆ ଗତି ଦେବ ବୋଲି ନରେନ୍ଦ୍ର ମୋଦୀ କହିଛନ୍ତି।

ଏହି ଅବସରରେ ନରେନ୍ଦ୍ର ମୋଦୀ ବିରୋଧୀଙ୍କୁ କଡ଼ା ସମାଲୋଚନା କରିଥିଲେ। ସେ କହିଥିଲେ ବିରୋଧୀ ଦେଶବାସୀଙ୍କୁ ବିଭ୍ରାନ୍ତ କରିବାକୁ ଅପଚେଷ୍ଟା କରିଥିଲେ, କିନ୍ତୁ ଚକ୍ରାନ୍ତ ଫଳପ୍ରଦ ହେଲା ନାହିଁ। ଚଳିତ ନିର୍ବାଚନରେ ଏନଡିଏର ମହାବିଜୟ ହୋଇଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ।

ସେ ଆହୁରି କହିଛନ୍ତି ଯେ, ଏନଡିଏ ହେଉଛି ସବୁଠାରୁ ସଫଳ ମେଣ୍ଟ। ଦୀର୍ଘ ୩୦ ବର୍ଷ ହେଲା ଏନଡିଏ ଏକ ଅର୍ଗାନିକ ଆଲାଏନ୍ସ ବୋଲି ନରେନ୍ଦ୍ର ମୋଦୀ କହିଛନ୍ତି।

Tags: #Politics #OdishaPolitics #IndiaPolitics #NDAMeeting #NarendraModi #PrimeMinister #India #NDA

LEAVE A REPLY

Please enter your comment!
Please enter your name here