ଓଡ଼ିଶାଲାଇଭ୍ ବ୍ୟୁରୋ

ମୋଦୀ କ୍ୟାବିନେଟର ୩ ଓଡ଼ିଶା ମନ୍ତ୍ରୀଙ୍କୁ ମିଳିଲା ବଡ଼ ବିଭାଗ। ପୁଣିଥରେ କେନ୍ଦ୍ରରେ ଶିକ୍ଷାମନ୍ତ୍ରୀ ହେଲେ ଓଡ଼ିଆ ପୁଅ ଧର୍ମେନ୍ଦ୍ର ପ୍ରଧାନ। ଧର୍ମେନ୍ଦ୍ର ପ୍ରଧାନଙ୍କୁ ପୁଣି ମୋଦୀଙ୍କ କ୍ୟାବିନେଟରେ ମିଳିଲା ଶିକ୍ଷା ମନ୍ତ୍ରାଳୟ।

ସେହିପରି ଅଶ୍ୱିନୀ ବୈଷ୍ଣଙ୍କୁ ରେଳ ସହ ସୂଚନା ଓ ପ୍ରସାରଣ ତଥା ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରାଳୟ। ଏହାସହ ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମଙ୍କୁ ଆଦିବାସୀ କଲ୍ୟାଣ ମନ୍ତ୍ରୀ ଭାବେ ନିଯୁକ୍ତି ମିଳିଛି। ଏହି ତିନିଜଣ ମନ୍ତ୍ରୀଙ୍କୁ ପୁଣିଥରେ ସେହି ସମାନ ଦାୟିତ୍ୱ ମିଳିଛି।

ଧର୍ମେନ୍ଦ୍ର ପ୍ରଧାନ ମୋଦୀଙ୍କ ଦ୍ୱିତୀୟ ପାଳି ସରକାରରେ ଶିକ୍ଷାମନ୍ତ୍ରୀ ଥିବାବେଳେ ଅଶ୍ୱିନୀ ରେଳ ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ। ମୋଦୀଙ୍କ ତୃତୀୟ ପାଳି ସରକାରରେ ପୁଣି ୩ ଓଡ଼ିଶା ସାଂସଦଙ୍କୁ ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରାଳୟ ମିଳିଛି।

Tags: #Politics #IndiaPolitics #NarendraModi #ModiCabinet #CabinetPortfolio

LEAVE A REPLY

Please enter your comment!
Please enter your name here