ଓଡ଼ିଶାଲାଇଭ୍ ବ୍ୟୁରୋ

ବୁଧବାର ଅପରାହ୍ଣ ୫ଟା ସମୟରେ ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ ଶପଥ ନେବେ। ଭୁବନେଶ୍ଵର ଜନତା ମଇଦାନରେ ଏହି ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗଦେବେ। ଏହାପୂର୍ବରୁ ସେ ଭୁବନେଶ୍ୱରରେ ଏକ ରୋଡ୍ ସୋ’ କରିବାର କାର୍ଯ୍ୟକ୍ରମ ରହିଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ଅପରାହ୍ଣ ୨ଟା ୩୦ ମିନିଟରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ। ଏହାପରେ ସେ ରାଜଭବନ ଯିବେ। ରାଜଭବନରୁ ବାହାରି ସେ ଜୟଦେବ ବିହାରରୁ ରୋଡ୍ ସୋ’ କରି ଜନତା ମଇଦାନରେ ପହଞ୍ଚିବେ।

ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ଶପଥ ପାଠ ଉତ୍ସବରେ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ସେମାନଙ୍କ ମଧ୍ୟରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହ, ଅଶ୍ଵିନୀ ବୈଷ୍ଣବ, ଧର୍ମେନ୍ଦ୍ର ପ୍ରଧାନ ଏବଂ ଜୁଏଲ୍ ଓରାମଙ୍କ ସମେତ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଯୋଗଦେବାର ସମ୍ଭାବନା ରହିଛି।

ତେବେ ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତକୁ ନେଇ କମିଶନରେଟ୍ ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି। ଏଥିରେ ଭୁବନେଶ୍ୱରରେ ସୁରକ୍ଷା ଓ ଟ୍ରାଫିକ ବ୍ୟବସ୍ଥାକୁ ନେଇ ଆଲୋଚନା କରାଯାଇଛି।

ଅନ୍ୟପଟେ ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ସମାରୋହ ପୂର୍ବରୁ ମଙ୍ଗଳବାର ଅପରାହ୍ଣ ୪ଟା ୩୦ ମିନିଟରେ ବିଜେପି ବିଧାୟକ ଦଳର ବୈଠକ ବସିବ। ମୁଖ୍ୟମନ୍ତ୍ରୀଙ୍କ ଚୟନ ପାଇଁ ନିଯୁକ୍ତ ହୋଇଥିବା ଦୁଇ ପର୍ଯ୍ୟବେକ୍ଷକ ରାଜନାଥ ସିଂହ ଓ ଭୂପେନ୍ଦ୍ର ଯାଦବ ଯୋଗ ଦେବେ। ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ କିଏ ହେବେ ଓ ମନ୍ତ୍ରିମଣ୍ଡଳରେ କେଉଁମାନେ ରହିବେ ସେ ନେଇ ଏଠାରେ ନିଷ୍ପତ୍ତି ହେବ।

Tags: #CMofOdisha #OathTakingCeremony #PMNarendraModi #Bhubaneswar #Odisha

LEAVE A REPLY

Please enter your comment!
Please enter your name here