ଓଡ଼ିଶାଲାଇଭ୍ ବ୍ୟୁରୋ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ତୃତୀୟ ପାଳି ସରକାରରେ ଗଠନ ହୋଇଛି ନୂଆ ମନ୍ତ୍ରୀମଣ୍ଡଳ। ସୋମବାର ଦିନ ନରେନ୍ଦ୍ର ମୋଦୀ ନୂତନ କ୍ୟାବିନେଟ ସହ ପ୍ରଥମ ବୈଠକ କରିବା ପରେ ମନ୍ତ୍ରିମଣ୍ଡଳର ସଦସ୍ୟମାନଙ୍କୁ ମନ୍ତ୍ରାଳୟ ବଣ୍ଟନ କରିଛନ୍ତି।

ମୋଦୀ ସରକାରର ତୃତୀୟ କାର୍ଯ୍ୟକାଳରେ ଅନେକ ମନ୍ତ୍ରୀଙ୍କ ମନ୍ତ୍ରାଳୟ ରିପିଟ ହୋଇଛି। ମୋଦୀଙ୍କ ୩.୦ କ୍ୟାବିନେଟରେ ସାମିଲ ହୋଇଥିବା ମନ୍ତ୍ରୀଙ୍କ ମଧ୍ୟରୁ ୨୫ଟି ବିଜେପି ଏବଂ ୫ଟି ମନ୍ତ୍ରାଳୟ ସହଯୋଗୀ ଦଳଙ୍କୁ ଦିଆଯାଇଛି।

ମନ୍ତ୍ରାଳୟ ବଣ୍ଟନ ବେଳେ ଓଡ଼ିଶାକୁ ଗୁରୁତ୍ଵ ଦେଇଛନ୍ତି ନରେନ୍ଦ୍ର ମୋଦୀ। ଧର୍ମେ ନ୍ଦ୍ର ପ୍ରଧାନ, ଜୁଏଲ ଓରାମ ଏବଂ ଅଶ୍ୱିନୀ ବୈଷ୍ଣବଙ୍କୁ ଦେଇଛନ୍ତି ଗୁରୁତ୍ଵପୂର୍ଣ୍ଣ ମନ୍ତ୍ରାଳୟ। ଅଶ୍ୱିନୀ ବୈଷ୍ଣବଙ୍କୁ ରେଳ, ସୂଚନା ଓ ପ୍ରସାରଣ ତଥା ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରାଳୟ, ଧର୍ମେନ୍ଦ୍ର ପ୍ରଧାନଙ୍କୁ ଶିକ୍ଷା ମନ୍ତ୍ରାଳୟ ଏବଂ ଜୁଏଲ ଓରାମ ଆଦିବାସୀ କଲ୍ୟାଣ ମନ୍ତ୍ରାଳୟ ଦାୟିତ୍ଵ ମିଳିଛି।

କାହାକୁ ମିଳିଲା କେଉଁ ମନ୍ତ୍ରାଳୟ?

ରାଜନାଥ ସିଂହ – ପ୍ରତୀରକ୍ଷା ମନ୍ତ୍ରାଳୟ

ଅମିତ ଶାହ – ଗୃହ ମନ୍ତ୍ରାଳୟ

ନିତିନ ଗଡ଼କରୀ – ସଡ଼କ ପରିବହ ଓ ରାଜପଥ ମନ୍ତ୍ରାଳୟ

ଜେପି ନଡ଼ା – ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ତଥା କେମିକାଲ ଆଣ୍ଡ ଫର୍ଟିଲାଇଜର ମନ୍ତ୍ରାଳୟ

ଶିବରାଜ ସିଂ ଚୌହ୍ଵାନ – କୃଷି ଓ କୃଷକ କଲ୍ୟାଣ ତଥା ଗ୍ରାମ୍ୟ ଉନ୍ନୟନ ମନ୍ତ୍ରାଳୟ

ନିର୍ମଳା ସୀତାରମଣ – ଅର୍ଥ ଓ କର୍ପୋରେଟ ଆଫାୟାର୍ସ ମନ୍ତ୍ରାଳୟ

ଡକ୍ଟର ସୁବ୍ରମଣ୍ୟମ ଜୟଶଙ୍କର – ବୈଦେଶିକ ବ୍ୟାପାର ମନ୍ତ୍ରାଳୟ

ମନୋହର ଲାଲ – ଗୃହ ଓ ସହରାଞ୍ଚଳ ବିକାଶ ମନ୍ତ୍ରାଳୟ

ପିୟୂଷ ଗୋଏଲ – ବାଣିଜ୍ୟ ଓ ଉଦ୍ୟୋଗ ମନ୍ତ୍ରାଳୟ

ଅଶ୍ୱିନୀ ବୈଷ୍ଣବ – ରେଳ, ସୂଚନା ଓ ପ୍ରସାରଣ ତଥା ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରାଳୟ

ଧର୍ମେନ୍ଦ୍ର ପ୍ରଧାନ – ଶିକ୍ଷା ମନ୍ତ୍ରାଳୟ

ଜୁଏଲ ଓରାମ – ଆଦିବାସୀ କଲ୍ୟାଣ ମନ୍ତ୍ରାଳୟ

ଜିତନ ରାମ ମାଂଝି – ଏମଏସଏମଇ  (ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ) ମନ୍ତ୍ରାଳୟ

କିରଣ ରିଜିଜୁ – ସଂସଦୀୟ ବ୍ୟାପାର ମନ୍ତ୍ରାଳୟ

ପ୍ରହ୍ଲାଦ ଯୋଶୀ – ଖାଦ୍ୟ ଓ ଖାଉଟି କଲ୍ୟାଣ ତଥା ନୂତନ ଏବଂ ପୁନଃନବୀରକଣ ଶକ୍ତି ମନ୍ତ୍ରାଳୟ

ଜ୍ୟୋତିରାଦିତ୍ୟ ସିନ୍ଦିଆ – ଯୋଗାଯୋଗ ଏବଂ ପୂର୍ବୋତ୍ତର ଅଞ୍ଚଳ ବିକାଶ ମନ୍ତ୍ରାଳୟ

ଭୂପେନ୍ଦ୍ର ଯାଦବ – ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରାଳୟ

ଅନ୍ନପୂର୍ଣ୍ଣା ଦେବୀ – ମହିଳା ଓ ଶିଶୁ ବିକାଶ ମନ୍ତ୍ରାଳୟ

ଗଜେନ୍ଦ୍ର ସିଂ ଶେଖାୱତ – ସଂସ୍କୃତି ଏବଂ ପର୍ଯ୍ୟଟନ ମନ୍ତ୍ରାଳୟ

ଚିରାଗ ପାସଓ୍ଵାନ – ଖାଦ୍ୟ ପ୍ରକ୍ରିୟାକରଣ ମନ୍ତ୍ରାଳୟ

ମନସୁଖ ପାଣ୍ଡଭିୟ – ଶ୍ରମ ଓ ନିଯୁକ୍ତି ତଥା କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରାଳୟ

ସି ଆର ପାଟିଲ – ଜଳ ଶକ୍ତି ମନ୍ତ୍ରାଳୟ

ହରିଦୀପ ସିଂ ପୁରୀ – ପେଟ୍ରୋଲିୟମ ଏବଂ ପ୍ରାକୃତିକ ଇନ୍ଧନ ମନ୍ତ୍ରାଳୟ

ଗିରିରାଜ ସିଂ – ବୟନ ମନ୍ତ୍ରାଳୟ

କିଞ୍ଜାରାପୁ ରାମମୋହନ ନାଇଡୁ – ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ

ଡକ୍ଟର ବୀରେନ୍ଦ୍ର କୁମାର – ସାମାଜିକ ନ୍ୟାୟ ଓ ସଶକ୍ତିକରଣୁ ମନ୍ତ୍ରାଳୟ

ସର୍ବାନନ୍ଦ ସୋନୋଓ୍ଵାଲ – ବନ୍ଦର, ଜାହଜ ଓ ଜଳପଥ ମନ୍ତ୍ରାଳୟ

ରାଜୀବ ରଞ୍ଜନ ସିଂ ଓରଫ ଲଲନ ସିଂ – ପଞ୍ଚାୟତି ରାଜ ଏବଂ ମତ୍ସ୍ୟ, ପଶୁ ସମ୍ପଦ ଏବଂ ଦୁଗ୍ଧ ଉତ୍ପାଦନ ମନ୍ତ୍ରାଳୟ

ଏଚ ଡି କୁମାରସ୍ଵାମୀ – ଭାରି ଶିଳ୍ପ ଏବଂ ଇସ୍ପାତ ମନ୍ତ୍ରାଳୟ

ଗଜେନ୍ଦ୍ର ସିଂ ଶେଖାଓ୍ଵତ – ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରାଳୟ

Tags: #Politics #IndiaPolitics #NarendraModi #ModiCabinet #CabinetPortfolio

LEAVE A REPLY

Please enter your comment!
Please enter your name here