ଓଡ଼ିଶାଲାଇଭ୍ ବ୍ୟୁରୋ

Lokaseva Bhawan

ସାମ୍ବାଦିକମାନଙ୍କ ପାଇଁ ଜୁନ୍ ୧୩ ତାରିଖରୁ ପୁଣି ଖୋଲିବ ଲୋକସେବା ଭବନ। ଦୀର୍ଘ ସମୟରୁ ସାମ୍ବାଦିକଙ୍କ ଲୋକସେବା ଭବନ ଯିବା ଉପରେ ଲାଗିଥିବା କଟକଣା ଏବେ ଉଠିବାକୁ ଯାଉଛି। ରାଜ୍ୟରେ ସରକାର ବଦଳିବା ପରେ ଏହି ପରିବର୍ତ୍ତନ ଦେଖିବାକୁ ମିଳିବ।

କୋରୋନା ମହାମାରୀ ସମୟରେ ସାମ୍ବାଦିକଙ୍କ ଲୋକସେବା ଭବନରେ ପ୍ରବେଶ ଉପରେ କଟକଣା ଲଗାଯାଇଥିଲା। ୨୦୨୦ ମସିହା ମାର୍ଚ୍ଚ ମାସରେ ରାଜ୍ୟ ସରକାର ଏହି କଟକଣା ଲଗାଇଥିଲେ।

ବିଜେଡି କ୍ଷମତାରେ ଥିବାବେଳେ ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତିକୁ ନେଇ ସାମ୍ବାଦିକଙ୍କ ମଧ୍ୟରେ ଅସନ୍ତୋଷ ମଧ୍ୟ ଦେଖିବାକୁ ମିଳିଥିଲା। ବିଜେପି ପକ୍ଷରୁ ବିଭିନ୍ନ ସମୟରେ ଏହାର ପ୍ରତିବାଦ କରାଯିବା ସହ ସାମ୍ବାଦିକଙ୍କ ପାଇଁ ଲୋକସେବା ଭବନ ଖୋଲାଯାଉ ବୋଲି ଦାବି ରଖି ଆସୁଥିଲା।

Tags: #LoksebaBhawan #Journalists #Bhubaneswar #GovtofOdisha

LEAVE A REPLY

Please enter your comment!
Please enter your name here