ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ବିଜେପିର ବରିଷ୍ଠ ନେତ୍ରୀ ତଥା ରଣପୁର ବିଧାୟକ ସୁରମା ପାଢ଼ୀ ଓଡ଼ିଶା ବିଧାନସଭାର ବାଚସ୍ପତି ହେବେ। ବିଜେପି ସରକାରର ଶପଥ ଗ୍ରହଣ ଉତ୍ସବ ଶେଷ ହେବା ପରେ ଏନେଇ ସୂଚନା ମିଳିଛି।

୨୦୦୪ରେ ସୁରମା ପାଢ଼ୀ ରଣପୁର ଆସନରୁ ପ୍ରଥମ ଥର ଲାଗି ବିଧାୟକ ଭାବେ ଜିତିଥିଲେ। ବିଜେଡି-ବିଜେପି ମେଣ୍ଟ ସରକାରରେ ସେ ମନ୍ତ୍ରୀ ମଧ୍ୟ ରହିଥିଲେ। ଏହାପରେ ସେ ନିର୍ବାଚନ ଲଢ଼ିଥିଲେ ମଧ୍ୟ ବିଜୟୀ ହୋଇପାରି ନଥିଲେ।

୨୦୨୪ରେ ସେ ଦ୍ୱିତୀୟ ଥର ପାଇଁ ରଣପୁର ଆସନରୁ ଜିତିଛନ୍ତି। ନୂଆ ସରକାରରେ ତାଙ୍କୁ ମନ୍ତ୍ରୀ ପଦ ମିଳିବ ବୋଲି ଚର୍ଚ୍ଚା ହେଉଥିଲା। କିନ୍ତୁ ତାଙ୍କୁ ବାଚସ୍ପତି ପଦ ମିଳିବ ବୋଲି ଶପଥ ଗ୍ରହଣ ଉତ୍ସବ ପରେ ଜଣାପଡ଼ିଛି।

ଓଡ଼ିଶାରେ ହୋଇଥିବା ବିଜେପି ସରକାରରେ ବିଜେପି ନେତ୍ରୀ ପ୍ରଭାତୀ ପରିଡ଼ାଙ୍କୁ ଉପମୁଖ୍ୟମନ୍ତ୍ରୀ ପଦ ମିଳିଛି। ନୂଆ ମନ୍ତ୍ରିମଣ୍ଡଳରେ ଅନ୍ୟ କୌଣସି ମହିଳାଙ୍କୁ ସ୍ଥାନ ମିଳିନି। ତେଣୁ ବରିଷ୍ଠ ନେତ୍ରୀ ସୁରମା ପାଢ଼ୀଙ୍କୁ ବାଚସ୍ପତି ପଦରେ ବସାଇବାକୁ ବିଜେପି ସ୍ଥିର କରିଛି।

Tags: #Politics #OdishaPolitics #NewCMofOdisha #SuramaPadhy #OathTakingCeremony #OdishaElections2024 #BJP #Speaker

LEAVE A REPLY

Please enter your comment!
Please enter your name here