ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାସଭବନ ନବୀନ ନିବାସରୁ ସୁରକ୍ଷା ବ୍ୟବସ୍ଥା ହଟାଇ ଦିଆଯାଇଛି। ନବୀନ ନିବାସର ଇନର କର୍ଡନ ସୁରକ୍ଷା ବ୍ୟବସ୍ଥାକୁ ପ୍ରତ୍ୟାହାର କରାଯାଇଛି। କେବଳ ବାହାରେ ସୁରକ୍ଷା କର୍ମୀ ମୁତୟନ ରହିଛନ୍ତି।

ବିରୋଧୀ ଦଳର ନେତା ଚୟନ ହେବା ପର୍ଯ୍ୟନ୍ତ ନବୀନ ନିବାସରେ କେତେକ ସୁରକ୍ଷା ବ୍ୟବସ୍ଥା ଅପରିବର୍ତ୍ତୀତ ରହିବ ବୋଲି ଜଣାପଡ଼ିଛି। ବୁଧବାର ଦିନ ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ ଭାବେ ମୋହନ ଚରଣ ମାଝୀ ଶପଥ ନେବା ପରେ ଗୁରୁବାର ଦିନ ନବୀନ ନିବାସରୁ ସୁରକ୍ଷା ବ୍ୟବସ୍ଥାକୁ ଅପସାରଣ କରାଯାଇଛି।

Tags: #Politics #OdishaPolitics #NaveenPatnaik #NaveenNiwas #SecuritySystem #Bhubaneswar #Odisha

LEAVE A REPLY

Please enter your comment!
Please enter your name here