ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ ପ୍ରଥମଥର ପାଇଁ ସରକାର ଗଢ଼ିଛି ବିଜେପି। ନୂଆ ସରକାରରେ କ୍ୟାବିନେଟ୍ ମନ୍ତ୍ରୀ ହେବାର ସୁଯୋଗ ପାଇଛନ୍ତି ଡକ୍ଟର ମୁକେଶ ମହାଲିଙ୍ଗ। ସେ ବଲାଙ୍ଗିର ଜିଲ୍ଲା ଲୋଇସିଙ୍ଗା ଆସନରୁ ଏଥର ବିଜୟୀ ହୋଇଛନ୍ତି।

୨୦୨୪ ନିର୍ବାଚନରେ ଡକ୍ଟର ମୁକେଶ ମହାଲିଙ୍ଗ ବିଜେଡି ପ୍ରାର୍ଥୀ ନିହାର ରଞ୍ଜନ ବେହେରାଙ୍କୁ ୧୮,୧୯୦ ଖଣ୍ଡ ଭୋଟରେ ହରାଇ ଦ୍ଵିତୀୟ ଥର ପାଇଁ ବିଧାୟକ ନିର୍ବାଚିତ ହୋଇଛନ୍ତି। ମୁକେଶ ମହାଲିଙ୍ଗଙ୍କୁ ୮୩,୩୧୩ ଖଣ୍ଡ ଭୋଟ ମିଳିଥିବାବେଳେ ନିହାରଙ୍କୁ ମିଳିଥିଲା ୬୫,୧୨୩ ଖଣ୍ଡ ଭୋଟ।

ବୁଧବାର ଦିନ ଭୁବନେଶ୍ୱରସ୍ଥିତ ଜନତା ମଇଦାନରେ ଆୟୋଜିତ ଶପଥ ଗ୍ରହଣ ସମାରୋହରେ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଡକ୍ଟର ମୁକେଶ ମହାଲିଙ୍ଗ।

ବିଜେଡି ଦୁର୍ଗକୁ ଭାଙ୍ଗି ବିଜେପି ପ୍ରଥମ ଥର ପାଇଁ ଓଡ଼ିଶାରେ ସରକାର ଗଠନ କରିଛି। ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ମୋହନ ଚରଣ ମାଝୀ ଶପଥ ନେଇଥିବାବେଳେ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି କନକ ବର୍ଦ୍ଧନ ସିଂ ଦେଓ ଏବଂ ପ୍ରଭାତୀ ପରିଡ଼ା। ଏହାସହ ୮ ଜଣ କ୍ୟାବିନେଟ୍ ମନ୍ତ୍ରୀ ଓ ୫ ଜଣ ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ) ଭାବେ ଶପଥ ନେଇଛନ୍ତି।

Tags: Odishapolitics #BJPGovernment #mohanmajhi #odishacm #DrMukeshMahaling #Minister #elections2024

LEAVE A REPLY

Please enter your comment!
Please enter your name here