ଓଡ଼ିଶାଲାଇଭ୍ ବ୍ୟୁରୋ

ପଶ୍ଚିମବଙ୍ଗ ଟ୍ରେନ ଟ୍ରାଜେଡି ଘଟଣାରେ ମୃତ୍ୟୁ ସଂଖ୍ୟା ୮କୁ ବୃଦ୍ଧି ପାଇଛି। ଏହି ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକ ବ୍ୟକ୍ତ କରିବା ସହ ମୃତକଙ୍କ ପରିବାର ଲାଗି ୨ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି। ଏହା ସହ ଆହତଙ୍କ ଲାଗି ୫୦ ହଜାର ଟଙ୍କା ଲେଖାଏଁ ଘୋଷଣା କରି ସେମାନଙ୍କ ଆରୋଗ୍ୟ କାମନା କରିଛନ୍ତି।

ପଶ୍ଚିମବଙ୍ଗର ନ୍ୟୁ ଜଲପାଇଗୁଡ଼ିଠାରେ ସୋମବାର ସକାଳ ପ୍ରାୟ ୯ଟା ବେଳେ ଭୟଙ୍କର ରେଳ ଦୁର୍ଘଟଣା ଘଟିଛି। ଗୋଟିଏ ମାଲଗାଡ଼ି ସିଆଲଦା ଯାଉଥିବା କାଞ୍ଚନଜଙ୍ଗା ଏକ୍ସପ୍ରେସକୁ ପଛପଟୁ ଧକ୍କା ଦେଇଥିଲା। ଫଳରେ କାଞ୍ଚନଜଙ୍ଗ ଏକ୍ସପ୍ରେସର କେତେକ ବଗି ରେଳ ଧାରଣାରୁ ତଳକୁ ଖସିଯାଇଥିଲା। ଏହି ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୮କୁ ବୃଦ୍ଧି ପାଇଥିବାବେଳେ ପ୍ରାୟ ୨୫ ଜଣ ଗୁରୁତର ଆହତଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଉଦ୍ଧାର କାର୍ଯ୍ୟରେ ଏନଡିଆରଫ ଏବଂ ପୋଲିସ ଟିମ ଲାଗିଛନ୍ତି।

ଏହି ଅଘଟଣକୁ ନେଇ ଗଭୀ ଶୋକ ବ୍ୟକ୍ତ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ତ୍ରିପୁରା ମୁଖ୍ୟମନ୍ତ୍ରୀ ଡକ୍ଟର ମାଣିକ ଶାହ, ଗୃହମନ୍ତ୍ରୀ ଅମିତ ଶାହ, କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ, ଆରଜେଡି ଅଧ୍ୟକ୍ଷ ଲାଲୁପ୍ରସାଦ ଯାଦବ ପ୍ରମୁଖ ବିଶିଷ୍ଟ ବ୍ୟକ୍ତି ବିଶେଷ।

ଏହି ଦୁର୍ଘଟଣା ପରେ ରେଳବାଇ ପକ୍ଷରୁ ଯାତ୍ରୀଙ୍କ ସୂଚନା ପାଇଁ ହେଲ୍ପ ଲାଇନ ନମ୍ବର ଜାରି କରାଯାଇଛି। ସିଆଲଦା ରେଳ ଷ୍ଟେସନ ପାଇଁ ୦୩୩-୨୩୫୦୮୭୯୪ ଓ ୦୩୩-୨୩୮୩୩୩୨୬ ଜାରି ହୋଇଥିବାବେଳେ ଗୁଆହାଟୀ ରେଳଷ୍ଟେନ ପାଇଁ ହେଲପଲାଇନ ନମ୍ବର ରହିଛି ୦୩୬୧୨୭୩୬୨, ୦୩୬୧୨୭୩୧୬୨୨ ଓ ୦୩୬୧୨୭୩୧୬୨୩।

ସେହିପରି ଆସାମର ଲମଡିଙ୍ଗ ରେଳଷ୍ଟେସନ ପାଇଁ ହେଲପ ଲାଇନ ନମ୍ବର ହେଉଛି ୦୩୬୭୪୨୬୩୯୫୦, ୦୩ ୬୭୪୨୬୩୮୩୧, ୦୩୬୭୪୨୬୩୧୨୦, ୦୩୬୭୪୨୬୩୧୨୬  ଓ ୦୩୬୭୪୨୬୩୮୫୮।

Tags: #TrainAccident #KanchanjunghaExpress #NewjalpaiguriStation #WestBengal #IndianRailways

LEAVE A REPLY

Please enter your comment!
Please enter your name here