ଓଡ଼ିଶାଲାଇଭ୍ ବ୍ୟୁରୋ

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନୀତିରେ ବିଳମ୍ବ ହୋଇଛି। ମଙ୍ଗଳବାର ରାତିରେ ସେବାୟତଙ୍କ ଭିତରେ ବିବାଦ ଯୋଗୁଁ ନୀତିକାନ୍ତି ବିଳମ୍ବରେ ଚାଲିଛି। ଫଳରେ ବୁଧବାର ସକାଳେ ମଙ୍ଗଳ ଆଳତି ନୀତି ୪ ଘଣ୍ଟା ବିଳମ୍ବରେ ସରିଛି। ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

ମଙ୍ଗଳବାର ରାତିରେ ଶ୍ରୀମନ୍ଦିରରେ ପୂଜାପଣ୍ଡା ଏବଂ ସିଙ୍ଗାରୀ ସେବାୟତଙ୍କ ମଧ୍ୟରେ ବିବାଦ ହୋଇଥିଲା। ଏହାକୁ ନେଇ ଏକାଦଶୀରେ ରୁକ୍ମିଣୀ ବିବାହ ନୀତି ୫ ଘଣ୍ଟା ବିଳମ୍ବରେ ହୋଇଥିଲା। ଫଳରେ ଅନ୍ୟ ଆବଶ୍ୟକୀୟ ନୀତି ହୋଇ ପାରିନଥିଲା।

ତେବେ ବୁଧବାର ସକାଳୁ ପ୍ରଥମେ ମହାପ୍ରଭୁଙ୍କ ଅବଶିଷ୍ଟ ନୀତି କରାଯିବାରୁ ମଙ୍ଗଳ ଆଳତିରେ ବିଳମ୍ବ ହୋଇଥିଲା। ଏବେ ସବୁ ନୀତି ପ୍ରାୟ ୪ ଘଣ୍ଟା ବିଳମ୍ବରେ ଚାଲିଛି। ଏହାକୁ ନେଇ ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।

Tags: #Srimandir #Rituals #SriJagannath #Tradition #Culture #Puri

LEAVE A REPLY

Please enter your comment!
Please enter your name here