ଓଡ଼ିଶାଲାଇଭ୍ ବ୍ୟୁରୋ
ଜୁଲାଇ ୮ ତାରିଖରେ ଖୋଲିବାକୁ ଯାଉଛି ଶ୍ରୀମନ୍ଦିର ରତ୍ନଭଣ୍ଡାର। ମହାପ୍ରଭୁଙ୍କ ରଥଯାତ୍ରାର ପରଦିନ ରତ୍ନଭଣ୍ଡାର ଖୋଲାଯିବ। ଏନେଇ ବୁଧବାର ଭାରତୀୟ ପ୍ରତ୍ନତାତ୍ତ୍ୱିକ ବିଭାଗର (ଏଏସଆଇ) ସୁପରିଟେଡେଣ୍ଟ ଡି ବି ଗଡ଼ନାୟକ ସୂଚନା ଦେଇଛନ୍ତି।
ରତ୍ନଭଣ୍ଡାର ଖୋଲିବାବେଳେ ଏଏସଆଇର ସ୍ୱତନ୍ତ୍ର ଟିମ୍ ଓ ଟେକ୍ନିକାଲ ଟିମ୍ ଉପସ୍ଥିତି ରହିବେ। ସେମାନେ ରତ୍ନଭଣ୍ଡାରର ଯାଞ୍ଚ କରିବେ। ଏହାପରେ ଅନୁଧ୍ୟାନ କରାଯାଇ ଏଥିରେ ଆବଶ୍ୟକୀୟ ମରାମତି କାର୍ଯ୍ୟ କରାଯିବ।
ଏହାପୂର୍ବରୁ ୨୦୨୩ ମସିହା ନଭେମ୍ବର ମାସରେ ରତ୍ନଭଣ୍ଡାର ବାହାର ପାର୍ଶ୍ଵ କାନ୍ଥର ଲେଜର ସ୍କାନିଂ କରାଯାଇଥିଲା। ଏଥିରୁ ରତ୍ନଭଣ୍ଡାର କାନ୍ଥରେ ଫାଟ ଥିବା ଜଣାପଡ଼ିଥିଲା। ଏଏସଆଇ ପକ୍ଷରୁ ଏହାର ରିପୋର୍ଟ ଶ୍ରୀମନ୍ଦିର ପ୍ରଶାସନକୁ ଦିଆଯାଇଥିଲା।
Tags: #SriMandir #Ratnabhandar #ASI #Puri #Odisha