ଓଡ଼ିଶାଲାଇଭ୍ ବ୍ୟୁରୋ

ଆସନ୍ତାକାଲି, ଜୁନ ୨୦ ତାରିଖରେ ହେବ ଓଡ଼ିଶା ବିଧାନସଭା ବାଚସ୍ପତି ନିର୍ବାଚନ। ବିଜେପିର ବରିଷ୍ଠ ବିଧାୟିକା ସୁରମା ପାଢ଼ୀ ବାଚସ୍ପତି ନିର୍ବାଚନ ପାଇଁ ବୁଧବାର ଦିନ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଦୁଇ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଏବଂ ପ୍ରଭାତୀ ପରିଡ଼ା ତଥା ଦଳର ଅନ୍ୟ ବିଧାୟକମାନଙ୍କ ଉପସ୍ଥିତିରେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ସୁରମା ପାଢ଼ୀ। ବାଚସ୍ପତି ନିର୍ବାଚନ ଲାଗି ଆଜି ପ୍ରାର୍ଥିପତ୍ର ଦାଖଲର ଶେଷ ଦିନ ରହିଛି। ନିର୍ଦ୍ଧାରିତ ସମୟ ସୁଦ୍ଧା ଅନ୍ୟ କେହି ପ୍ରାର୍ଥିପତ୍ର ଦାଖଲ କରିନଥିବାରୁ ସୁରମା ପାଢ଼ୀ ନିଦ୍ଵର୍ନ୍ଦ୍ଵରରେ ବାଚସ୍ପତି ନିର୍ବାଚିତ ହେବା ଏକ ପ୍ରକାର ନିଶ୍ଚିତ ହୋଇଛି।
ସୁରମା ପାଢ଼ୀ ୨୦୦୪ରେ ବିଜେପି ଟିକେଟରେ ନିର୍ବାଚନ ଲଢ଼ି ନୟାଗଡ଼ ଜିଲ୍ଲା ରଣପୁରର ବିଧାୟିକା ହୋଇଥିଲେ।
୨୦୨୪ ନିର୍ବାଚନରେ ରଣପୁର ବିଧାନସଭା ଆସନରୁ ପୁଣି ବିଧାୟିକା ନିର୍ବାଚିତ ହୋଇଛନ୍ତି ସୁରମା ପାଢ଼ୀ। ବିଜେଡି ପ୍ରାର୍ଥୀ ସତ୍ୟନାରାୟଣ ପ୍ରଧାନଙ୍କୁ ୧୫,୫୪୪ ଖଣ୍ଡ ଭୋଟ ବ୍ୟବଧାନରେ ପରାଜିତ କରିଛନ୍ତି ସୁରମା ପାଢ଼ୀ। ସୁରମାଙ୍କୁ ୮୧,୪୩୯ ଖଣ୍ଡ ଭୋଟ ମିଳିଥିବାବେଳେ ସତ୍ୟନାରାୟଣ ପ୍ରଧାନ ପାଇଥିଲେ ୬୫,୮୯୫ ଖଣ୍ଡ ଭୋଟ।
Tags: #Politics #OdishaPolitics #BJP #OdishaAssemblySpeakerElection #Nomination #SuramaPadhy