ଓଡ଼ିଶାଲାଇଭ୍ ସ୍ୱାସ୍ଥ୍ୟ ବ୍ୟୁରୋ
ଲିଭର ବା ଯକୃତ ଆମ ଶରୀରର ଏକ ଅବିଚ୍ଛିନ୍ନ ଅଙ୍ଗ। ଖାଦ୍ୟ ହଜମ ହେବାଠାରୁ ଆରମ୍ଭ କରି ଖାଦ୍ୟରେ ଥିବା ବିଷାକ୍ତ ପଦାର୍ଥକୁ ବିଶୁଦ୍ଧ କରିବା, ଲିଭରର ମୁଖ୍ୟ କାର୍ଯ୍ୟ। ଏହା ଛଡ଼ା ଆମ ଶରୀରରେ ରକ୍ତ ତିଆରି ହେବାରେ ମଧ୍ୟ ଯକୃତ ସାହାଯ୍ୟ କରିଥାଏ।
କୌଣସି କାରଣରୁ ଯକୃତର କୋଷ ଗୁଡ଼ିକରେ ଚର୍ବି ଜମାଟ ବାନ୍ଧିଲେ, ଏହା ସଠିକ୍ ଭାବେ କାର୍ଯ୍ୟ କରିପାରେ ନାହିଁ। ଏହି ସମସ୍ୟାକୁ ଫ୍ୟାଟି ଲିଭର ବୋଲି କୁହାଯାଏ।
ଫ୍ୟାଟି ଲିଭରର ଲକ୍ଷଣ କ’ଣ, ଲିଭରରେ ଫ୍ୟାଟ ଜମା ହେଲେ କ’ଣ ସବୁ ଅସୁବିଧା ହୁଏ ଏବଂ କେମିତି ଏହା ଭଲ ହେବ, ଏ ବିଷୟରେ ଭେଷଜ ରୋଗ ବିଶେଷଜ୍ଞ ଡାକ୍ତର ସ୍ୱସ୍ତିକ ଆଚାର୍ଯ୍ୟଙ୍କଠାରୁ ଅଧିକ ଜାଣିବା ସ୍ୱାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓରୁ।
Tags: #FattyLiver #Symptoms #Treatment #Prevention #OdiaHealthTips #DoctorsAdvice















