ଓଡ଼ିଶାଲାଇଭ୍ ବ୍ୟୁରୋ

ପୁରୀ ଶ୍ରୀମନ୍ଦିରରେ ଶନିବାର ମହାପ୍ରଭୁଙ୍କ ଦେବସ୍ନାନ ପୂର୍ଣ୍ଣିମା ଅନୁଷ୍ଠିତ ହେବ। ତେବେ ଏହାପୂର୍ବରୁ ଗୁରୁବାର ରାତି ୧୨ଟାରୁ ଶୁକ୍ରବାର ସକାଳ ୧୧ଟା ଯାଏଁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ଦେବସ୍ନାନ ପୂର୍ଣ୍ଣିମା ଉପଲକ୍ଷେ ଶ୍ରୀମନ୍ଦିରରେ ହେବାକୁ ଥିବା ପୂର୍ବପ୍ରସ୍ତୁତି ଓ ସ୍ୱତନ୍ତ୍ର ନୀତି ପାଇଁ ଏହି ଦର୍ଶନ ବନ୍ଦ ରହିବ। ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।  

ଶ୍ରୀମନ୍ଦିରରେ ଦର୍ଶନ ବନ୍ଦ ସମୟରେ ମହାପ୍ରଭୁଙ୍କଠାରେ ସ୍ନାନଯାତ୍ରା ଉଦ୍ଦେଶ୍ୟରେ ଚାରମାଳ ଓ ସେନାପଟା ବନ୍ଧା ଯିବ। ଦଇତାପତି ସେବାୟତମାନେ ଏହି କାର୍ଯ୍ୟ କରିବେ।

ରଥଯାତ୍ରା ପୂର୍ବରୁ ବିଭିନ୍ନ ନିତିକାନ୍ତି କରିବା ପାଇଁ ଏବେ ଦଇତାପତି ସେବାୟତମାନେ ଶ୍ରୀମନ୍ଦିରକୁ ପ୍ରବେଶ କରିଥାନ୍ତି। ପ୍ରଥମେ ସେମାନେ ମହାପ୍ରଭୁଙ୍କୁ ‘ବାହୁଟ କଣ୍ଟ’ ଲାଗି କରିଥାନ୍ତି।

ଅନ୍ୟପଟେ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଉପଲକ୍ଷେ ଏବେ ପୁରୀ ସହର ଚଳଚଞ୍ଚଳ ହୋଇଉଠିଛି। ରଥଯାତ୍ରା ପୂର୍ବରୁ ଠାକୁରଙ୍କ ଦର୍ଶନ କରିବା ପାଇଁ ଅନେକ ଭକ୍ତଙ୍କ ସମାଗମ ହେଉଥିବା ଦେଖିବାକୁ ମିଳିଛି। ସେହପରି ସ୍ନାନ ପୂର୍ଣ୍ଣିମା ପାଇଁ ପୁରୀ ସହରର ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଶ୍ରୀମନ୍ଦିର ଓ ଏହା ଆଖପାଖ ଅଞ୍ଚଳରେ ବ୍ୟାପକ ଫୋର୍ସ ମୁତୟନ କରାଯାଇଛି।

Tags: #SriMandir #DevaSnanaPurnima #SpecialRituals #RathYatra #DaitapatiServitors #Puri

Comment