ଓଡ଼ିଶାଲାଇଭ୍ ବ୍ୟୁରୋ

ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଉପରକୁ ଶୁକ୍ରବାର ଦିନ କାଳିମାଡ଼ ହୋଇଛି। କିଛି ଅସନ୍ତୁଷ୍ଠ ଗୋଷ୍ଠୀ କଂଗ୍ରେସ ଭବନ ଭିତରକୁ ପଶିଆସି ଶରତ ପଟ୍ଟନାୟକଙ୍କ ଉପରକୁ କାଳିମାଡ଼ କରିଥିଲେ।

ଶରତ ପଟ୍ଟନାୟକ କଂଗ୍ରେସ ଭବନରେ ନିଜ ଚାମ୍ବରରେ ବସିଥିବା ସମୟରେ କିଛି ଯୁବକ ହଠାତ୍ ଚାମ୍ବର ଭିତରକୁ ପଶିଆସିଥିଲେ। ସେମାନେ ଶରତ ପଟ୍ଟନାୟକଙ୍କ ଉପରକୁ କାଳିମାଡ଼ କରି ତୁରନ୍ତ ସେଠାରୁ ଫେରାର ହୋଇଯାଇଥିଲେ।

ଏହି ଘଟଣା ପରେ କଂଗ୍ରେସର ବରିଷ୍ଠ ନେତାମାନେ କଂଗ୍ରେସ ଭବନରେ ପହଞ୍ଚି ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ସହ ଆଲୋଚନା କରିଛନ୍ତି। ତେବେ କେଉଁ କାରଣକୁ ନେଇ କାଳିମାଡ଼ କରାଯାଇଛି ଜଣାପଡ଼ିନାହିଁ।

ଏହି ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଶରତ ପଟ୍ଟନାୟକ। ସେ କହିଛନ୍ତି ଏଭଳି ଘଟଣା ତାଙ୍କ ପାଇଁ ନୂଆ ନୁହେଁ। ପୂର୍ବରୁ ତାଙ୍କ ଉପରକୁ ଅଣ୍ଡା ଓ ପଥର ମାଡ଼ ମଧ୍ୟ ହୋଇସାରିଛି। କଂଗ୍ରେସର ଉତ୍ଥାନକୁ ବିରୋଧୀ ସହି ପାରୁନାହାନ୍ତି।

ନିଟ ପ୍ରଶ୍ନପତ୍ର ଲିକ ଘଟଣାକୁ ନେଇ କଂଗ୍ରେସ ସାରା ଦେଶରେ ପ୍ରତିବାଦ କରୁଛି। ଓଡ଼ିଶାରେ ଶୁକ୍ରବାର ଦିନ ମଧ୍ୟ ଏହାକୁ ପ୍ରତିବାଦ କରାଯାଉଛି। କିଛି କୁଚକ୍ରୀ କାଳିମାଡ଼ କରି ଭୟଭୀତ କରିବାକୁ ଅପଚେଷ୍ଟା କରିଛନ୍ତି। କଂଗ୍ରେସକୁ ଦୁର୍ବଳ କରିବାକୁ ଯେଉଁ ହୀନ ଉଦ୍ୟମ କରାଯାଉଛି ତାକୁ ବରଦାସ୍ତ କରାଯିବ ନାହିଁ ବୋଲି ଶରତ ପଟ୍ଟନାୟକ କହିଛନ୍ତି।

Tags: #InkAttack #PCCPresidentSaratPatnaik #CongressLeader #CongressBhawan #Odisha

LEAVE A REPLY

Please enter your comment!
Please enter your name here