ଓଡ଼ିଶାଲାଇଭ୍ ବ୍ୟୁରୋ

ସାପ କାମୁଡ଼ାରେ ଚାଲିଗଲା ଜଣେ ସାପ ଧରାଳିଙ୍କର ଜୀବନ। ଦୀର୍ଘ ବର୍ଷ ହେଲା ସେ ସାପ ଧରିଆସୁଥିଲେ ମଧ୍ୟ ସାମାନ୍ୟ ଅସାବଧାନତା ପାଇଁ ଆଜି ତାଙ୍କୁ ଜୀବନ ହରେଇବାକୁ ପଡ଼ିଛି। ଏଭଳି ଅଭାବନୀୟ ଘଟଣା ଘଟିଛି ସୋନପୁର ଜିଲ୍ଲା ବୀରମହାରାଜପୁରରେ। ମୃତକ ହେଉଛନ୍ତି ଗୌର ଜଗଦଲା।

ଚମ୍ପାମାଳ ଗାଁର ଜଣକ ଘରେ ପଶିଥିବା ସାପକୁ ଗୌର ଜଗଦଲା ଧରି ଗୋଟିଏ ପ୍ଲାଷ୍ଟିକ ବୋତଲରେ ଭର୍ତ୍ତି କରିଥିଲେ। କୌଣସି କାମ ପାଇଁ ସେ ବୀମହାରାଜପୁର ଥାନାକୁ ଯାଇଥିବାବେଳେ ବୋତଲରୁ ବାହାର କରି ପୋଲିସକୁ ସାପଟିକୁ ଦେଖାଇଥିଲେ। ପରେ ପୁନର୍ବାର ସାପଟିକୁ ବୋତଲ ଭିତରେ ଭର୍ତ୍ତି କରିବା ସମୟରେ ସାପଟି ତାଙ୍କୁ ଚୋଟ ମାରିଥିଲା।

ତୁରନ୍ତ ତାଙ୍କୁ ଚିକିତ୍ସା ପାଇଁ ସୋନପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ଗୌରଙ୍କର ମୃତ୍ୟୁ ହୋଇଥିଲା। କୌଣସି ତାଲିମ ନନେଇ ଦୀର୍ଘ ୧୫ ବର୍ଷରୁ ଅଧିକ ସମୟ ହେଲା ସାପ ଧରିଆସୁଥିଲେ। ଆଜି ତାଙ୍କୁ ଏହା ମହଙ୍ଗା ପଡ଼ିଛି।

ଜାଣନ୍ତୁ ସାପ କାମୁଡ଼ିଲେ ସଂଗେ ସଂଗେ କ’ଣ କରିବେ?

ତେବେ ସାପ କାମୁଡ଼ିଲେ ସଂଗେ ସଂଗେ କ’ଣ କରିବା ଆବଶ୍ୟକ, କ’ଣ ନୁହେଁ, କିପରି ଏହାର ଚିକିତ୍ସା କରିବେ, ସେ ସମ୍ପର୍କରେ ବିଶିଷ୍ଟ ଭେଷଜ ବିଶେଷଜ୍ଞ ଡାକ୍ତର ଶ୍ରୀକାନ୍ତ କୁମାର ଧର କ’ଣ କହୁଛନ୍ତି ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଶାର ଏହି ଭିଡିଓଟିକୁ ଦେଖନ୍ତୁ।

Tags: #Snakebites #Death #Treatment #Doctor’sAdvice #Complications

LEAVE A REPLY

Please enter your comment!
Please enter your name here