ଓଡ଼ିଶାଲାଇଭ୍ ବ୍ୟୁରୋ

ଅଷ୍ଟାଦଶ ଲୋକସଭାର ପ୍ରଥମ ଅଧିବେଶନ ସୋମବାରରୁ ଆରମ୍ଭ ହୋଇଛି। ପ୍ରଥମ ଦିନରେ ଏଠାରେ ୨୮୦ ଜଣ ନବନିର୍ବାଚିତ ସାଂସଦ ଶପଥ ନେଇଥିଲେ। କାମଚଳା ବାଚସ୍ପତି ଭର୍ତ୍ତୃହରି ମହତାବ ସାଂସଦମାନଙ୍କୁ ଶପଥ ଗ୍ରହଣ କରାଇଥିଲେ। ସେମାନଙ୍କ ମଧ୍ୟରେ ଓଡ଼ିଶାରୁ ଦୁଇ ସାଂସଦ ଧର୍ମେନ୍ଦ୍ର ପ୍ରଧାନ ଓ ଜୁଏଲ ଓରାମ ଶପଥ ଗ୍ରହଣ କରିଛନ୍ତି। ମଙ୍ଗଳବାର ରାଜ୍ୟର ବାକି ୧୮ ଜଣ ସାଂସଦ ଶପଥ ନେବେ।

ମଙ୍ଗଳବାର ଶପଥ ନେବାକୁ ଥିବା ଓଡ଼ିଶାର ୧୮ ଜଣ ସାଂସଦଙ୍କ ମଧ୍ୟରେ ଜଣେ କଂଗ୍ରେସ ସାଂସଦ ରହିଥିବାବେଳେ ବିଜେପିର ୧୭ ଜଣେ ସାଂସଦ ରହିଛନ୍ତି।

ଅନ୍ୟପଟେ ଦ୍ଵିତୀୟ ଦିନରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ସହିତ ଅବଶିଷ୍ଟ ପ୍ରାୟ ୨୬୦ ସାଂସଦ ଆଜି ଶପଥ ନେବେ। ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ବିଜେପିର ଅନେକ ସାଂସଦ ଶପଥ ନେଇଥିଲେ।

ସେହିପରି ମଙ୍ଗଳବାର ଲୋକସଭାରେ ବାଚସ୍ପତି ନିର୍ବାଚନ ହେବ। ଏହାପରେ ଜୁନ୍ ୨୭ ତାରିଖରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସଂସଦର ମିଳିତ ଅଧିବେଶନକୁ ସମ୍ବୋଧିତ କରିବେ।   

Tags: #18thLoksabha #MPs #Oathtaking #Politics #India

LEAVE A REPLY

Please enter your comment!
Please enter your name here