ଓଡ଼ିଶାଲାଇଭ୍ ବ୍ୟୁରୋ

‘ମୁଁ ତୁମ ମଇନା ମୁଁ ତୁମ ଆଇନା ମୁଁ ତୁମରି ଛାଇ’, ‘ହାକିମ ବାବୁ’ ସିନେମାର ଏହି ଗୀତ ମନେପଡ଼ିଲେ ଅଶୀ ଦଶକର ଓଡ଼ିଆ ସିନେତାରକା ବିଜୟା ଜେନା ବନାମ ଡଲି ଜେନାଙ୍କ ମନଛୁଆଁ ଅଭିନୟ ମନେପଡ଼େ।

ପୁନେସ୍ଥିତ ଫିଲ୍ମ ଆଣ୍ଡ ଟେଲିଭିଜନ ଇନଷ୍ଟିଚ୍ୟୁଟରୁ ଅଭିନୟରେ ପ୍ରଶିକ୍ଷଣ ଲାଭ କରିଥିବା ସେ ହେଉଛନ୍ତି ଏକମାତ୍ର ଓଡ଼ିଆ ଅଭିନେତ୍ରୀ। ‘ଆଶାର ଆକାଶ’, ‘ବାଟ ଅବାଟ’, ‘ହୀରା ନୀଳା’ ଓ ‘ଜଗା ବଳିଆ’ ଆଦି ଓଡ଼ିଆ ସିନେମା ମାଧ୍ୟମରେ ସେ ନିଜର ଚିତ୍ତାକର୍ଷକ ଅଭିନୟର ପରିଚୟ ଦେଇଥିଲେ।

କେବଳ ଅଭିନୟ ମଧ୍ୟରେ ତାଙ୍କର ସ୍ୱପ୍ନ ସୀମିତ ନଥିଲା। କୌଣସି ଭଲ ସିନେମା କରିବାକୁ ହେଲେ ଭଲ କାହାଣୀ ଓ ନିର୍ଦ୍ଦେଶନା ଏକାନ୍ତ ଆବଶ୍ୟକ ବୋଲି ସେ ଚିନ୍ତା କରୁଥିଲେ। ତାଙ୍କ ନିର୍ଦ୍ଦେଶିତ ପ୍ରଥମ ସିନେମା ‘ତାରା’ ୧୯୯୨ ମସିହାରେ ଜାତୀୟସ୍ତରରେ ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ଭାବେ ପୁରସ୍କୃତ ହୋଇଥିଲା।

“ଅଭିନେତା ଅଜିତ ଦାସଙ୍କ ସହିତ ‘ହାକିମ ବାବୁ’ ଆଗରୁ ମୁଁ ଅନ୍ୟ ଫିଲ୍ମରେ କାମ କରିସାରିଥିଲି। ଆମ କେମେଷ୍ଟ୍ରିକୁ ଲୋକ ପସନ୍ଦ କରୁଥିଲେ। ସହକଳାକାର ଭାବେ ତାଙ୍କ ସହିତ କାମ କରିବାରେ ମଧ୍ୟ ମଜା ଆସୁଥିଲା। ତେଣୁ ଅଜିତ ଦାସ କହିବାରୁ ସେତେବେଳେ ‘ହାକିମ ବାବୁ’ ଫିଲ୍ମରେ ଅଭିନୟ କରିଥିଲି’’, ଓଡ଼ିଶାଲାଇଭକୁ ସାକ୍ଷାତକାର ଦେଇ ସେ ସମୟର ଅନୁଭୂତି କହିଛନ୍ତି ଅଭିନେତ୍ରୀ ଡଲି ଜେନା। ଦେଖନ୍ତୁ ଭିଡିଓ।

Tags: #OllywoodActor #OllywoodCinema #Actor #Films #DollyJena

LEAVE A REPLY

Please enter your comment!
Please enter your name here