ଓଡ଼ିଶାଲାଇଭ୍ ବ୍ୟୁରୋ

ରଥଯାତ୍ରା ସମୟରେ ଭକ୍ତଙ୍କ ସୁବିଧା ପାଇଁ ପୁରୀକୁ ୩୧୫ଟି ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିବ। ଜୁଲାଇ ୬ରୁ ୧୯ ତାରିଖ ମଧ୍ୟରେ ପୁରୀକୁ ଓଡ଼ିଶାର ବିଭିନ୍ନ ସ୍ଥାନ ସହ ପଡ଼ୋଶୀ ରାଜ୍ୟରୁ ମଧ୍ୟ ସ୍ୱତନ୍ତ୍ର ଟ୍ରେନ୍ ଚାଲିବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହ ଆଲୋଚନା ପରେ ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ।

ଚଳିତ ବର୍ଷ ରଥଯାତ୍ରା ସମୟରେ ରାଉରକେଲା, ବାଦାମପାହାଡ଼, ବାଲେଶ୍ୱର, ସୋନପୁର ଓ ଦଶପଲ୍ଲାରୁ ପ୍ରଥମଥର ପାଇଁ ସ୍ୱତନ୍ତ୍ର ଟ୍ରେନ୍ ପୁରୀକୁ ଚାଲିବ। ସେହିପରି ଛତିଶଗଡ଼ର ରାୟପୁର ଓ ଜଗଦଲପୁରରୁ, ଆନ୍ଧ୍ରପ୍ରଦେଶର ବିଶାଖାପାଟନମ୍ ଓ ପଲାସାରୁ ଏବଂ ପଶ୍ଚିମବଙ୍ଗରୁ ସ୍ୱତନ୍ତ୍ର ଟ୍ରେନ ପୁରୀ ଯିବ।

ଏହାଛଡ଼ା ବାହୁଡା ଯାତ୍ରା, ସୁନାବେଶ, ଅଧରପଣା ନୀତି ସମୟରେ ମଧ୍ୟ ସ୍ୱତନ୍ତ୍ର ଟ୍ରେନ୍ ଚଳାଇବାକୁ ପୂର୍ବତଟ ରେଳପଥ ଯୋଜନା କରିଛି। ପୁରୀ ଆସୁଥିବା ତୀର୍ଥଯାତ୍ରୀ ତଥା ଭକ୍ତଙ୍କୁ ଉତ୍ତମ ସୁବିଧା ଯୋଗାଇବାକୁ କେନ୍ଦ୍ର ରେଳମନ୍ତ୍ରୀ ପରାମର୍ଶ ଦେଇଛନ୍ତି।  

ପୂର୍ବତଟ ରେଳପଥ ପକ୍ଷରୁ ବିଭିନ୍ନ ରେଳ ଷ୍ଟେସନରେ ଭିଡ଼ ପରିଚାଳନା, ଟ୍ରେନ୍ ସୂଚନା ପ୍ରଣାଳୀ, ଭିଡିଓ ୱାଲ୍ ପ୍ରଦର୍ଶନ, ଅତିରିକ୍ତ ଟିକେଟ୍ ବୁକିଂ କାଉଣ୍ଟର, ମୋବାଇଲ୍ ଟିକେଟ୍ କାଉଣ୍ଟର ଏବଂ ୧୫ ହଜାର ତୀର୍ଥଯାତ୍ରୀ ବିଶ୍ରାମ ନେବା ଭଳି ଅସ୍ଥାୟୀ ସେଡ୍‌ ନିର୍ମାଣ କରିବାକୁ ସ୍ଥିର କରାଯାଇଛି।

Tags: #Rathajatra #SpecialTrain #Devotees #AshwiniVaisnaw #IndianRailways #Puri

LEAVE A REPLY

Please enter your comment!
Please enter your name here