ଓଡ଼ିଶାଲାଇଭ୍ ବ୍ୟୁରୋ

ସେଞ୍ଚୁରିଅନ ବିଶ୍ଵବିଦ୍ୟାଳୟରେ ଆୟୁଷ ପ୍ରଯୋଜିତ ଦୁଇ ଦିନିଆ ଜାତୀୟ ସମ୍ମିଳନୀ ଓ କର୍ମଶାଳା ଆୟୋଜିତ ହୋଇଯାଇଛି। ଏହାର ବିଷୟବସ୍ତୁ ଥିଲା ‘ଆଡଭାନ୍ସମେଣ୍ଟ ଇନ ଆନିମଲ ହାଣ୍ଡେଲିଂ ଆଣ୍ଡ ଜେନେରେଟିଭ୍ ଏଆଇ ଫର ପ୍ରି-କ୍ଲିନିକାଲ ଷ୍ଟଡିଜ୍’। ଜୁନ ୨୮ ଓ ୨୯ ତାରିଖରେ ବିଶ୍ୱବିଦ୍ୟାଳୟର ସ୍କୁଲ ଅଫ ଫାର୍ମାସୀ ଆଣ୍ଡ ଲାଇଫ ସାଇନ୍ସସ୍ ଏବଂ ସ୍କୁଲ ଅଫ ପାରାମେଡିକସ ଆଣ୍ଡ ଆଲାଏଡ୍ ହେଲଥ ସାଇନ୍ସସ୍ ପକ୍ଷରୁ ମିଳିତ ଭାବେ ଏହି ସମ୍ମିଳନୀର ଆୟୋଜନ କରାଯାଇଥିଲା।

ନାଇଜର ଭୁବନେଶ୍ୱରର ନିର୍ଦ୍ଦେଶକ ପ୍ରଫେସର ହିରେନ୍ଦ୍ର ନାଥ ଘୋଷ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ଦୁଇ ଦିନିଆ ସମ୍ମିଳନୀର ଉଦଘାଟନ କରିଥିଲେ। ଏଥିରେ ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ ଛାତ୍ର ଛାତ୍ରୀ ଏବଂ ଶିକ୍ଷକ ଶିକ୍ଷୟିତ୍ରୀମାନେ ଯୋଗ ଦେଇଥଲେ। ବର୍ତ୍ତମାନ ପରିସ୍ଥିତିରେ ପ୍ରାକ ରୋଗ ନିଦାନରେ ସୃଜନକ୍ଷମ କୃତ୍ରିମ ବୋଧଶକ୍ତି (ଏଆଇ) ଓ ପ୍ରୟୋଗଶାଳାରେ ପ୍ରାଣୀଙ୍କ ବ୍ୟବହାରର ଉପାଦେୟତା ସମ୍ପର୍କରେ ଏଠାରେ ଆଲୋଚନା କରାଯାଇଥିଲା।

ସମ୍ମିଳନୀରେ ସେଞ୍ଚୁରିଅନ ବିଶ୍ଵବିଦ୍ୟାଳୟର ଭେଷଜ ବିଜ୍ଞାନ ଏବଂ ପାରାମେଡିକ୍ସ୍ ବିଭାଗର ଅଧ୍ୟାପକ ଡକ୍ଟର ଆଶୀର୍ବାଦ ନନ୍ଦ, ଡକ୍ଟର ସୁମନ କୁମାର ମେକାପ, ସତିଶ କହଁର ଓ ସହାୟକ ସ୍ଵାସ୍ଥ୍ୟସେବା ବିଭାଗର ଅଧ୍ୟାପିକା ସଙ୍ଗୀତା ଛୋଟରାୟ, ସୋନାଲି ମହାପାତ୍ର ଛାତ୍ରଛାତ୍ରୀମାନଙ୍କୁ ବିଭିନ୍ନ ଯନ୍ତ୍ର ମାଧ୍ୟମରେ ପ୍ରୟୋଗଶାଳାରେ ପ୍ରାଣୀଙ୍କ ବ୍ୟବହାର କରି ରୋଗ ନିଦାନ ପରୀକ୍ଷା କରାଇ ହେବ ସେ ବିଷୟରେ ବୁଝାଇଥିଲେ।

ଏଠାରେ ସମ୍ମିଳନୀର ବିଷୟବସ୍ତୁକୁ ନେଇ ମୌଖିକ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏଥିରେ ଅଂଶ୍ରହଣ କରିଥିବା କୃତୀ ଅଂଶଗ୍ରହକାରୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ଏହାସହ କାର୍ଯ୍ୟକ୍ରମରେ ବକ୍ତବ୍ୟ ରଖିଥିବା ବିଶେଷଜ୍ଞମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମ ଶେଷରେ ସାଂସ୍କୃତିକ ନୃତ୍ୟ ପରିବେଷଣ କରାଯାଇଥିଲା।

ଏହି ଦୁଇ ଦିନିଆ ସମ୍ମିଳନୀରେ ସେଞ୍ଚୁରିଅନ ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ସୁପ୍ରିୟା ପଟ୍ଟନାୟକ, ଉପକୁଳପତି ପ୍ରଫେସର ବିଶ୍ୱଜିତ୍ ମିଶ୍ର, ଉପକୁଳପତି ପ୍ରଫେସର ଅଜୟ କୁମାର ନାୟକ, କ୍ୟାମପ୍ସ ନିର୍ଦ୍ଦେଶକ ପ୍ରଫେସର ଜଗନ୍ନାଥ ପାଢ଼ୀ, ଭେଷଜ ବିଜ୍ଞାନ ବିଭାଗର ନିର୍ଦ୍ଦେଶକ ଡକ୍ଟର ପ୍ରଫୁଲ୍ଲ ନନ୍ଦୀ, ବିଭାଗୀୟ ମୁଖ୍ୟ ପ୍ରଫେସର ଗୁରୁଦତ୍ତ ପଟ୍ଟନାୟକ, ଉପମୁଖ୍ୟ ଡକ୍ଟର ହିମାଂଶୁ ଭୂଷଣ ସାମଲ , ପାରାମେଡିକସ ବିଭାଗର ମୁଖ୍ୟ ଡକ୍ଟର ସୌମ୍ୟା ଜଲ ପ୍ରମୁଖ ଯୋଗ ଦେଇଥିଲେ।

Tags: #CenturionUniversity #NationalWorkshop #AnimalHandling #AI #Education #Bhubaneswar  

LEAVE A REPLY

Please enter your comment!
Please enter your name here