ଓଡ଼ିଶାଲାଇଭ୍ ବ୍ୟୁରୋ

ଲୋକସଭାରେ ସୋମବାର ଶାସକ ଓ ବିରୋଧୀ ଦଳର ସାଂସଦମାନେ ମୁହାଁମୁହିଁ ହୋଇଛନ୍ତି। ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଅଭିଭାଷଣ ସମୟରେ ଜୋରଦାର ହଙ୍ଗାମା ହୋଇଛି। ଏହି ମଧ୍ୟରେ ରାହୁଲ ଗାନ୍ଧୀ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ ବଚସା ହୋଇଛି। ଏହାକୁ ନେଇ ଗୃହରେ ପ୍ରବଳ ନାରାବାଜି ହୋଇଥିଲା।

ରାହୁଲ ଗାନ୍ଧୀ ନିଜ ବକ୍ତବ୍ୟରେ ବିଜେପିକୁ କଟାକ୍ଷ କରି କହିଛନ୍ତି, “ଆମର ଦେଶର ସବୁ ମହାନ ବ୍ୟକ୍ତି ଅହିଂସା ଏବଂ ଭୟ ଦୂର କରିବା ବିଷୟରେ କଥାବାର୍ତ୍ତା କରିଛନ୍ତି। କିନ୍ତୁ ଯେଉଁମାନେ ନିଜକୁ ହିନ୍ଦୁ ବୋଲି କହୁଛନ୍ତି, ସେମାନେ କେବଳ ହିଂସା, ଘୃଣା, ଅସତ୍ୟ ବିଷୟରେ କହୁଛନ୍ତି। ସେମାନେ ହିନ୍ଦୁ ନୁହନ୍ତି।”

ତେବେ ରାହୁଲଙ୍କ ଏହି ବୟାନ ପରେ ପ୍ରଧାନମନ୍ତ୍ରୀ ଜବାବ ଦେଇ କହିଥିଲେ ଯେ ତାଙ୍କ ବିବୃତ୍ତି ସବୁ ହିନ୍ଦୁମାନଙ୍କ ଭାବନାକୁ ଆଘାତ ଦେଇଛି। ତେବେ ବିଜେପି ସମଗ୍ର ହିନ୍ଦୁ ସମାଜର ପ୍ରତିନିଧିତ୍ୱ କରୁନାହିଁ ବୋଲି ରାହୁଲ ଏହାର ଜବାବ ଦେଇଥିଲେ।

ସୋମବାର ରାହୁଲ ଗାନ୍ଧୀ ଲୋକସଭାରେ ନିଜ ବକ୍ତବ୍ୟରେ ମଣିପୁର, ଅଗ୍ନିବୀର ଓ ନିଟ୍ ଭଳି ପ୍ରସଙ୍ଗକୁ କେନ୍ଦ୍ର କରି ସରକାରଙ୍କ ଉପରେ ବର୍ଷିଥିଲେ। ତେବେ ଏହି ଅଭିଭାଷଣ ସମୟରେ ସେ ଭଗବାନ ଶିବଙ୍କ ଫଟୋ ଦେଖାଇଥିଲେ। ଏଥିରେ ବାଚସ୍ପତି ଓମ୍ ବିର୍ଲା ତାଙ୍କୁ ଅଟକାଇବାରୁ ଗୃହରେ ବିରୋଧୀଙ୍କ ହଙ୍ଗାମା ଆରମ୍ଭ ହୋଇଥିଲା।

Tags: #Loksabha #PMNarendraModi #RahulGandhi #Politics #India

LEAVE A REPLY

Please enter your comment!
Please enter your name here