ଓଡ଼ିଶାଲାଇଭ୍‌ ବ୍ୟୁରୋ

ମହାପ୍ରଭୁଙ୍କ ବିଭିନ୍ନ ବେଶ ମଧ୍ୟରେ ସୁନାବେଶ ଅନ୍ୟତମ। ଏହି ବେଶ ଅତ୍ୟନ୍ତ ଉପଭୋଗ୍ୟ ଓ ଆକର୍ଷଣୀୟ। ସୁନାବେଶ ଦିନ ତିନିଠାକୁର କେଉଁ ଅଳଙ୍କାର ପିନ୍ଧନ୍ତି ଆସନ୍ତୁ ଜାଣିବା।

ଶ୍ରୀଗୁଣ୍ଡିଚା ରଥଯାତ୍ରାର ଅନ୍ତିମ ପର୍ଯ୍ୟାୟରେ ଅର୍ଥାତ ଆଷାଢ଼ ଶୁକ୍ଲ ଏକାଦଶୀ ଦିନ ସିଂହଦ୍ଵାରଠାରେ ଦଣ୍ଡାୟମାନ ଥିବା ତିନିରଥ ଉପରେ ଆକର୍ଷଣୀୟ ସୁନାବେଶ ହୋଇ ଲକ୍ଷ ଲକ୍ଷ ଭକ୍ତଙ୍କ ସମ୍ମୁଖରେ ଦର୍ଶନ ଦେଇଥାନ୍ତି ଚତୁର୍ଦ୍ଧାମୂର୍ତ୍ତି।

ପ୍ରତିବର୍ଷ ଆଷାଢ଼ ଶୁକ୍ଳ ଏକାଦଶୀ ଦିନ ମଧ୍ୟାହ୍ନ ଧୂପ ଶେଷ ହେବା ପରେ ରଥ ଉପରେ ଚତୁର୍ଦ୍ଧାମୂର୍ତ୍ତିଙ୍କର ସୁନାବେଶ ଅନୁଷ୍ଠିତ ହୋଇଥାଏ। ଏହି ସୁନାବେଶ ସାମଗ୍ରୀ ଭଣ୍ଡାର ଘରୁ ପାଳିଆ ମେକାପ, ଖୁଣ୍ଟିଆ ସେବକ, ମାଜିଷ୍ଟ୍ରେଟ, ପୋଲିସ, ମନ୍ଦିର ଅଧିକାରୀ ତଥା ଗାରଦ କର୍ମଚାରୀମାନଙ୍କ ସହାୟତାରେ ତିନିରଥ ଉପରକୁ ଆସିଥାଏ।

ପାଳିଆ ପୁଷ୍ପାଳକ, ଦଇତାପତି, ଖୁଣ୍ଟିଆ ମେକାପ, ତଳୁଚ୍ଛ, ଭିତରଚ୍ଛ ପ୍ରଭୃତି ସେବକମାନେ ଉପସ୍ଥିତ ରହି ଶ୍ରୀବିଗ୍ରହମାନଙ୍କ ସୁନାବେଶ କରିଥାନ୍ତି।

ସୁନାବେଶ ଦିନ ତିନିଠାକୁର କ’ଣ ପିନ୍ଧନ୍ତି ଜାଣନ୍ତୁ

ଶ୍ରୀଜଗନ୍ନାଥ

  • ଶ୍ରୀପୟର
  • କିରିଟ
  • ଶ୍ରୀଭୁଜ(ହାତ)
  • ସ୍ଵର୍ଣ୍ଣ ଚକ୍ର ଓ ରୌପ୍ୟ ଶଙ୍ଖ
  • ଓଢ଼ିଆଣୀ(କାନ ଫୁଲ)
  • କମରପଟି
  • ଚନ୍ଦ୍ରସୂର୍ଯ୍ୟ
  • ଆଡ଼କାନି
  • ଘାଗଡ଼ା ମାଳି
  • କଦମ୍ବ ମାଳି
  • ତ୍ରିଖଣ୍ଡିକା
  • ଝୋବାକଣ୍ଠି
  • ବାହାଡ଼ା ମାଳି
  • ତାବିଜ ମାଳି
  • ସେବତୀ ମାଳି
  • ତିଳକ
  • ଚନ୍ଦ୍ରିକା
  • ଅଳକା

ଶ୍ରୀବଳଭଦ୍ର

  • ଶ୍ରୀପୟର
  • କିରିଟ
  • ଶ୍ରୀଭୁଜ
  • ହଳ ଓ ମୂଷଳ
  • ଓଢିଆଣୀ
  • କୁଣ୍ଡଳ
  • ଚନ୍ଦ୍ରସୂର୍ଯ୍ୟ
  • ତ୍ରିଖଣ୍ଡିକା
  • କମରପଟି
  • ଆଡ଼କାନି
  • ଘାଗଡ଼ା ମାଳି
  • କଦମ୍ବ ମାଳି
  • ବାହାଡ଼ା ମାଳି
  • ବାଘନଖ ମାଳି
  • ସେବତୀ ମାଳି
  • ତିଳକ
  • ଚନ୍ଦ୍ରିକା
  • ଅଳକା
  • ଝୋବାକଣ୍ଠି

ଦେବୀ ସୁଭଦ୍ରା

  • କିରୀଟ
  • ଓଢ଼ିଆଣୀ
  • କାନ
  • ଚନ୍ଦ୍ରସୂର୍ଯ୍ୟ
  • ତଗଡ଼ି-୨ଟି
  • ସେବତୀ ମାଳି
  • ଘାଗଡ଼ା ମାଳି
  • କଦମ୍ବ ମାଳି

Tags: #SunaBesha #RathYatra2024 #RathaJatra #Puri #LordJagannath

LEAVE A REPLY

Please enter your comment!
Please enter your name here