ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତୀୟ ଜନତା ପାର୍ଟି (ବିଜେପି) ଶୁକ୍ରବାର ଦିନ ବିଭିନ୍ନ ରାଜ୍ୟ ପାଇଁ ପ୍ରଭାରୀ ଏବଂ ସହପ୍ରଭାରୀ ନିଯୁକ୍ତ କରିଛି। ଓଡ଼ିଶାର ବିଜେପି ପ୍ରଭାରୀ ଭାବେ ବିଜୟପାଳ ସିଂ ତୋମାରଙ୍କୁ ଦାୟିତ୍ଵ ମିଳିଥିବାବେଳେ ସହ ପ୍ରଭାରୀ ନିଯୁକ୍ତ ହୋଇଛନ୍ତି ଲତା ଉସେଣ୍ଡି।

ଏପଟେ ସାଂସଦ ଅପରାଜିତା ଷଡ଼ଙ୍ଗୀ ଏବଂ ସମ୍ବିତ ପାତ୍ରଙ୍କୁ ବଡ଼ ଦାୟିତ୍ଵ ଦେଇଛି ଦଳ। ଅପରାଜିତା ଷଡ଼ଙ୍ଗୀଙ୍କୁ କେରଳର ସହପ୍ରଭାରୀ ଭାବେ ନିଯୁକ୍ତ କରାଯାଇଥିବାବେଳେ ଉତ୍ତରପୂର୍ବାଞ୍ଚଳ ରାଜ୍ୟ ସଂଯୋଜକ ହୋଇଛନ୍ତି ସମ୍ବିତ ପାତ୍ର।

ସେହିପରି ବରିଷ୍ଠ ନେତା ବିନୋଦ ତାଓ୍ଵଡେଙ୍କୁ ବିହାର ପ୍ରଭାରୀ ଭାବେ ନିଯୁକ୍ତି ମିଳିଥିବାବେଳେ ଅନୀଲ ଆଣ୍ଟୋନୀଙ୍କୁ ମେଘାଳୟ ଓ ନାଗାଲାଣ୍ଡର ପ୍ରଭାରୀ ଦାୟିତ୍ଵ ମିଳିଛି। ଏହାସହ ବିଜୟ ରୂପାନୀଙ୍କୁ ପଞ୍ଜାବର ପ୍ରଭାରୀ ଦାୟିତ୍ଵ ମିଳିଥିବାବେଳେ ଉତ୍ତରାଖଣ୍ଡର ପ୍ରଭାରୀ ଭାବେ ନିଯୁକ୍ତି ହୋଇଛନ୍ତି ଦୁଷ୍ୟନ୍ତ କୁମାର ଗୌତମ।

Tags: #Politics #OdishaPolitics #BJP #AparajitaSarangi #SambitPatra #Odisha

LEAVE A REPLY

Please enter your comment!
Please enter your name here