ଓଡ଼ିଶାଲାଇଭ୍ ବ୍ୟୁରୋ

ବ୍ରିଟେନରେ ହୋଇଥିବା ସାଧାରଣ ନିର୍ବାଚନର ଫଳାଫଳ ସାମ୍ନାକୁ ଆସିଛି। ଏଥର ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ହାତରୁ କ୍ଷମତା ଯାଇଛି। ତାଙ୍କ ନେତୃତ୍ଵାଧୀନ କନଜରଭେଟିଭ ପାର୍ଟି ଏହି ନିର୍ବାଚନରେ ପରାସ୍ତ ହୋଇଛି। ୧୪ ବର୍ଷ ପରେ ପୁଣି କ୍ଷମତାକୁ ଫେରିବାକୁ ଯାଉଛି ଲେବର ପାର୍ଟି। ଲେବର ପାର୍ଟି ନେତା କିର୍‌ ଷ୍ଟାର୍ମର ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ ହେବେ।

ବ୍ରିଟେନର ସାଧାରଣ ନିର୍ବାଚନରେ ଲେବର ପାର୍ଟି ମୋଟ ୬୫୦ ସିଟରୁ ୪୧୦ଟି ସିଟ୍ ହାତେଇସାରିଲାଣି। ଅନ୍ୟପଟେ କନଜରଭେଟିଭ ପାର୍ଟି ମାତ୍ର ୧୨୦ଟି ଆସନ ଜିତିବାରେ ସକ୍ଷମ ହୋଇଛି। ଏହା ହେଉଛି ବିଗତ ୨ ଦଶନ୍ଧି ମଧ୍ୟରେ ଋଷି ସୁନକଙ୍କ ଦଳର ସବୁଠାରୁ ଶୋଚନୀୟ ପରାଜୟ।

ଅନ୍ୟପଟେ ବ୍ରିଟେନରେ ସରକାର ଗଢ଼ିବାକୁ ହାଉସ୍ ଅଫ୍ କମନ୍ସରେ ୩୨୬ଟି ଆସନର ଆବଶ୍ୟକତା ଥିବାବେଳେ ଲେବର ପାର୍ଟି ଏଥିରୁ ବହୁ ଅଧିକ ସିଟରେ ବିଜୟ ଲାଭ କରିସାରିଛି।

ଏହି ନିର୍ବାଚନରେ ଅନ୍ୟ ଦଳଗୁଡ଼ିକ ମଧ୍ୟରେ ଲିବେରାଲ ଡେମୋକ୍ରାଟିକ୍ ପାର୍ଟି ୭୦ଟି ଆସନ, ସ୍କଟିସ୍ ନାସନାଲ ପାର୍ଟି ୮ଟି ଆସନ ଏବଂ ଅନ୍ୟାନ୍ୟ ଦଳ ୨୦ରୁ ୨୫ଟି ଆସନ ଜିତିଛନ୍ତି।

   

Tags: #BritainGeneralElections #LabourParty #ConservativeParty #RishiSunak #KeirStarmer #GreatBritain

LEAVE A REPLY

Please enter your comment!
Please enter your name here