ଓଡ଼ିଶାଲାଇଭ୍ ବ୍ୟୁରୋ

ପୁନେସ୍ଥିତ ଫିଲ୍ମ ଆଣ୍ଡ ଟେଲିଭିଜନ ଇନଷ୍ଟିଚ୍ୟୁଟରୁ ଅଭିନୟରେ ପ୍ରଶିକ୍ଷଣ ଲାଭ କରିଥିବା ଏକମାତ୍ର ଓଡ଼ିଆ ଅଭିନେତ୍ରୀ ହେଉଛନ୍ତି ଡଲି ଜେନା। ‘ଆଶାର ଆକାଶ’, ‘ବାଟ ଅବାଟ’, ‘ହୀରା ନୀଳା’ ଓ ‘ଜଗା ବଳିଆ’ ଆଦି ଓଡ଼ିଆ ସିନେମା ମାଧ୍ୟମରେ ସେ ନିଜର ଚିତ୍ତାକର୍ଷକ ଅଭିନୟର ପରିଚୟ ଦେଇଥିଲେ।

କେବଳ ଓଲିଉଡରେ ସୀମିତ ନଥିଲା ଡଲି ଜେନାଙ୍କ ଅଭିନୟ, ବଲିଉଡରେ ମଧ୍ୟ ସେ ନିଜ ଅଭିନୟର ଯାଦୁ ଦେଖାଇଛନ୍ତି। ୮୦ ଦଶକରେ ମୁକ୍ତିଲାଭ କରିଥିବା ବଲିଉଡର ବହୁ ଚର୍ଚ୍ଚିତ ଫିଲ୍ମ ‘ରଜିଆ ସୁଲତାନ’ରେ ଅଭିନୟ କରିଥିଲେ ଡଲି ଜେନା। ଏହି ଫିଲ୍ମର ନିର୍ଦ୍ଦେଶକ କମଲ ଅମରୋହୀ ଡଲିଙ୍କୁ ‘ଲୈଲା’ ଚରିତ୍ର ପାଇଁ ବାଛିଥିଲେ। ଏଥିରେ ମୁଖ୍ୟ ଚରିତ୍ରରେ ଅଭିନୟ କରିଥିଲେ ଜଣାଶୁଣା ଅଭିନେତା ଧର୍ମେନ୍ଦ୍ର।

ଓଡ଼ିଶାଲାଇଭକୁ ସାକ୍ଷାତକାର ଦେଇ ସେ ସମୟର ଅନୁଭୂତି କହିଛନ୍ତି ଅଭିନେତ୍ରୀ ଡଲି ଜେନା। ଦେଖନ୍ତୁ ଭିଡିଓ।

Tags: #OllywoodActor #OllywoodCinema #Bollywood #Actor #Films #DollyJena

Comment