ଓଡ଼ିଶାଲାଇଭ୍ ବ୍ୟୁରୋ

ଶ୍ରୀଗୁଣ୍ଡିଚା ମନ୍ଦିର ଆଡ଼ପ ମଣ୍ଡପ ବିଜେ କରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ବୁଧବାରଠାରୁ ଜନ୍ମବେଦୀରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ଶ୍ରୀଜିଉ। ଶ୍ରୀଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ପ୍ରବଳ ଭକ୍ତଙ୍କ ସମାଗମ ହୋଇଛି। ଆଡ଼ପ ଦର୍ଶନ ମିଳିବ ଆଡ଼ପ ଅବଢ଼ା।

ମଙ୍ଗଳବାର ରଥ ଉପରେ ମଙ୍ଗଳ ଆଳତି ଅବକାଶ ନୀତି ଶେଷ ହେବା ପରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଗୋଟି ପହଣ୍ଡିରେ ଗୁଣ୍ଡିଚା ମନ୍ଦିର ଆଡ଼ପ ମଣ୍ଡପକୁ ବିଜେ କରିଥିଲେ।  ପ୍ରଥମେ ଚକ୍ରରାଜ ସୁଦର୍ଶନ ପରେ ପ୍ରଭୁ  ବଳଭଦ୍ର ଓ ଦେବୀ ସୁଭଦ୍ରା ଶ୍ରୀଗୁଣ୍ଡିଚା ମନ୍ଦିରକୁ ପ୍ରବେଶ କରିବା ପରେ ଶେଷରେ ମହାପ୍ରଭୁ ଜଗନ୍ନାଥ ଜନ୍ମବେଦୀରେ ବିଜେ ହୋଇଥିଲେ। 

ଆଡ଼ପ ମଣ୍ଡପରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ କଲେ କୋଟି ପୂଣ୍ୟ ମିଳେ ବୋଲି ବିଶ୍ଵାସ ରହିଛି। ସାଧାରଣ ଦର୍ଶନ ସହ ଭକ୍ତମାନେ ପରିମାଣିକ ଟିକେଟ୍ କାଟି ଭିତରକାଠରୁ ମହାପ୍ରଭୁଙ୍କ ଦର୍ଶନ ମଧ୍ୟ କରିପାରିବେ।

Tags: #RathaJatra #ShreeGundichaJatra #Puri #ShreeKhetra #SriJagannath

Comment