ଓଡ଼ିଶାଲାଇଭ୍ ବ୍ୟୁରୋ

ରଥଯାତ୍ରା ଅବସରରେ ଭୁବନେଶ୍ୱରରେ ଆଞ୍ଚଳିକ ବିକାଶ ପରିଷଦ ପକ୍ଷରୁ ପରିବେଶ ସଚେତନତା ଶୋଭାଯାତ୍ରା ଆୟୋଜନ କରାଯାଇଛି। ଏହି ଦୁଇ ଦିନିଆ ଅଭିଯାନରେ ଧଉଳିଠାରେ ଶତାଧିକ ବୃକ୍ଷରୋପଣ ହୋଇଛି। ଆଞ୍ଚଳିକ ବିକାଶ ପରିଷଦ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ପରିବେଶ ସୁରକ୍ଷାର ବାର୍ତ୍ତା ଦେଇଛି।

ଏହି କାର୍ଯ୍ୟକ୍ରମରେ ଅନେକ ବୁଦ୍ଧିଜୀବୀ ଓ ପ୍ରକୃତିପ୍ରେମୀଙ୍କ ସହ ଆଞ୍ଚଳିକ ବିକାଶ ପରିଷଦର ଏକଧିକ ସଦସ୍ୟ ସାମିଲ ହୋଇଥିଲେ। ସମସ୍ତେ ଧଉଳି ପାଦଦେଶରେ ଥିବା ନୂଆଗାଁ, ଜାପାନୀ କୋଠା ଓ ଜାପାନୀ ବଗିଚାରେ ଶହ ଶହ ବୃକ୍ଷ ରୋପଣ କରିଥିଲେ।

ସେହିପରି ଏହି ଅଭିଯାନରେ ସାମିଲ ବ୍ୟକ୍ତିମାନେ ଗଛ ଲଗାଇବା ସହ ଏଗୁଡ଼ିକର ସୁରକ୍ଷା ପାଇଁ ବାଡ଼ ମଧ୍ୟ ଲଗାଇଥିଲେ। ଆଗାମୀ ଦିନରେ ବ୍ୟାପକ ବୃକ୍ଷରୋପଣ କରାଯିବ ବୋଲି ସଂଗଠନ ପକ୍ଷରୁ ଘୋଷଣା କରାଯାଇଛି।

ଏହି କାର୍ଯ୍ୟକ୍ରମରେ ଆଞ୍ଚଳିକ ବିକାଶ ପରିଷଦର ସଭାପତି ବୃନ୍ଦାବନ ସାହୁ, ଉପସଭାପତି ତଥା ସାହିତ୍ୟିକ ଅକ୍ଷୟ ସ୍ଵାଇଁ, ସମ୍ପାଦକ ଅରୁଣ କୁମାର ପୁରୋହିତଙ୍କ ସମେତ ବିଶିଷ୍ଟ ପରିବେଶବିତ୍ ଡକ୍ଟର ଲିଙ୍ଗରାଜ ସାହୁ, ଲକ୍ଷ୍ମୀଧର ପ୍ରଧାନ ଓ ସରୋଜ କୁମାର ସାହୁ ପ୍ରମୁଖ ଯୋଗ ଦେଇଥିଲେ। ଏହାସହ ଆଞ୍ଚଳିକ ବିକାଶ ପରିଷଦର ଅନେକ ସଦସ୍ୟ ଏଥିରେ ସାମିଲ ହୋଇଥିଲେ।

Tags: #AnchalikaBikasParisad #PlantationDrive #RathaJatra #Dhauli #Bhubaneswar

LEAVE A REPLY

Please enter your comment!
Please enter your name here