ଓଡ଼ିଶାଲାଇଭ୍ ବ୍ୟୁରୋ

୪୬ ବର୍ଷର ଅପେକ୍ଷା ପରେ ଖୋଲିଲା ଶ୍ରୀମନ୍ଦିରର ରତ୍ନଭଣ୍ଡାର। ରବିବାର ଦିନ ୧ଟା ୨୮ର ଶୁଭ ମୁହୂର୍ତ୍ତରେ ରତ୍ନଭଣ୍ଡାରର ପ୍ରଥମ ଦ୍ବାର ଖୋଲା ଯାଇଛି। ରତ୍ନଭଣ୍ଡାର କମିଟିର ୧୧ ଜଣ ସଦସ୍ୟ ଭିତରକୁ ପ୍ରବେଶ କରିଛନ୍ତି। ଏନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୂଚନା ଦେଇଛନ୍ତି।
ମୁଖ୍ୟମନ୍ତ୍ରୀଙ୍କ ସୂଚନା ଅନୁସାରେ ବାହାର ରତ୍ନଭଣ୍ଡାର ଦ୍ଵାର ଖୋଲା ଯାଇଥିବାବେଳେ ଏବେ ଭିତର ରତ୍ନଭଣ୍ଡାର ଖୋଲିବାକୁ ପ୍ରୟାସ କରାଯାଉଛି।
“ମହାପ୍ରଭୁ ଜଗନ୍ନାଥ ହେଉଛନ୍ତି ଲୀଳାମୟ। ତାଙ୍କ ଇଚ୍ଛାରେ ଏ ସାରା ସଂସାର ଆତଯାତ ହେଉଛି। ସେ ଓଡ଼ିଆ ଜାତିର ହୃତ୍ ସ୍ପନ୍ଦନ। ଓଡ଼ିଆ ଜାତିର ଅସ୍ମିତା ଓ ସ୍ବାଭିମାନର ଶ୍ରେଷ୍ଠ ପରିଚୟ। ତାଙ୍କରି ଇଚ୍ଛାରେ ପ୍ରଥମେ ଶ୍ରୀମନ୍ଦିରର ଚାରି ଦ୍ଵାର ଖୋଲିଲା ଓ ୪୬ ବର୍ଷ ପରେ ଆଜି ଏକ ମହତ୍ ଉଦ୍ଦେଶ୍ୟ ନେଇ ରତ୍ନଭଣ୍ଡାର ଖୋଲାଗଲା। ଏ ମହାନ୍ କାର୍ଯ୍ୟ ସଫଳ ହେବ ବୋଲି ମୋର ଦୃଢ଼ ବିଶ୍ୱାସ”, କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।
ଏହା ପୂର୍ବରୁ ୧୯୭୮ରେ ଶେଷ ଥର ପାଇଁ ମହାପ୍ରଭୁଙ୍କ ରତ୍ନଭଣ୍ଡାର ଖୋଲାଯାଇ ଗଣତିମଣତି କରାଯାଇଥିଲା।
Tags: #Ratnabhandar #Shreemandir #Puri #Odisha
















