ଓଡ଼ିଶାଲାଇଭ୍ ବ୍ୟୁରୋ

ବିଶ୍ଵ ପ୍ରସିଦ୍ଧ ପୁରୀ ରଥଯାତ୍ରାର ଅନନ୍ୟ ପରମ୍ପରା ହେଉଛି ଛେରାପହଁରା। ସୋମବାର ଦିନ ଚତୁର୍ଦ୍ଧାମୂର୍ତ୍ତିଙ୍କ ବାହୁଡ଼ା ଯାତ୍ରା ଅବସରରେ ତିନି ରଥରେ ସୁନା ଖଡ଼ିକା ଧରି ଛେରାପହଁରା ନୀତି ସମ୍ପନ୍ନ କରିଛନ୍ତି ଗଜପତି ମହାରାଜା ଦିବ୍ୟସିଂହ ଦେବ।
ଛେରାପହଁରା ନୀତି କରିବା ଲାଗି ଗଜପତି ମହାରାଜା ଦିବ୍ୟସିଂହ ଦେବ ଶ୍ରୀନଅରରୁ ତାମଯାନରେ ବସି ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଦଣ୍ଡାୟମାନ ତିନି ରଥ ନିକଟରେ ପହଞ୍ଚିଥିଲେ। ନିର୍ଦ୍ଧାରିତ ସମୟରେ ପ୍ରଥମେ ସେ ବଡ଼ଠାକୁର ବଳଭଦ୍ରଙ୍କ ତାଳଧ୍ୱଜ ରଥରେ ଛେରାପହଁରା କରିଥିଲେ। ଏହାପରେ ନନ୍ଦିଘୋଷ ରଥ ଓ ଶେଷରେ ଦର୍ପଦଳନ ରଥରେ ଛେରାପହଁରା ନୀତି ସମ୍ପନ୍ନ କରିଥିଲେ ଗଜପତି ମହାରାଜା।
ଏହା ପୂର୍ବରୁ ଶ୍ରୀଗୁଣ୍ଡିଚା ଦିନ ତିନି ରଥରେ ଗଜପତି ମହାରାଜା ଛେରାପହଁରା କରିବା ପରେ ମାଉସୀ ମା’ ଘର ଅଭିମୁଖେ ବାହାରି ଥିଲେ ବଡ଼ଠାକୁର। ୯ଦିନ ଜନ୍ମବେଦୀରେ ଲୀଳା ଖେଳା କରି ଆଜି ରତ୍ନସିଂହାସନ ଅଭିମୁଖେ ଫେରୁଛନ୍ତି ମହାପ୍ରଭୁ।
Tags: #RathaYatra #Cherapanhara #GajapatiMaharaja #ShreeGundichaJatra #Puri #ShreeKhetra #SriJagannath
Ratha Yatra, rath Jatra 2024, Cherapanhara, Gajapati Maharaja, Shree Gundicha Jatra, Puri, Shree Khetra, Sri Jagannath








