ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜି ବଡ଼ଠାକୁରଙ୍କ ପାଖରେ ଲାଗି ହେବ ପୋଡ଼ପିଠା ଭୋଗ। ‘ପୋଡ଼ପିଠା’ ଓଡ଼ିଶାର ଏକ ପାରମ୍ପରିକ ପିଠା। ଶ୍ରୀକ୍ଷେତ୍ରରେ ବଡ଼ଠାକୁରଙ୍କ ଲାଗି ଏହି ପିଠା ପ୍ରସ୍ତୁତ ହୋଇଥାଏ। ବିଶେଷକରି ବାହୁଡ଼ାଯାତ୍ରାରେ ମାଉସୀ ମା’ଙ୍କ ହାତ ପ୍ରସ୍ତୁତ ପୋଡ଼ପିଠା ମହାପ୍ରଭୁଙ୍କ ଭାରି ପ୍ରିୟ।

ବାହୁଡ଼ାଯାତ୍ରା ବେଳେ ରଥ ଉପରେ ପୋଡ଼ପିଠା ଭୋଗର ପରମ୍ପରା ବହୁ ବର୍ଷ ଧରି ପ୍ରଚଳିତ ହୋଇ ଆସୁଛି। ଏଥିସହ ଶ୍ରୀଜଗନ୍ନାଥଙ୍କ ଛପନ ଭୋଗରେ ମଧ୍ୟ ଏହି ପିଠା ଠାକୁରଙ୍କୁ ଅର୍ପଣ କରାଯାଇଥାଏ।
ହେରାପଞ୍ଚମୀ ତିଥିରୁ ଆରମ୍ଭ ହୋଇଥାଏ ପୋଡ଼ପିଠା ପ୍ରସ୍ତୁତି କାର୍ଯ୍ୟ। ତିନି ରଥ ମାଉସୀ ମା’ଙ୍କ ମନ୍ଦିର ସମ୍ମୁଖରେ ପହଞ୍ଚିଲେ ପୋଡ଼ପିଠା ଅର୍ପଣ କରାଯାଏ। ମାଉସୀ ମା’ଙ୍କ ସେବକମାନେ ପରମ ନିଷ୍ଠାର ସହ ପୋଡ଼ ପିଠା ପ୍ରସ୍ତୁତ କରି ମହାପ୍ରଭୁଙ୍କ ନିକଟରେ ଭୋଗ ଲଗାଇବାକୁ ଅପେକ୍ଷା କରି ରହିଥାନ୍ତି।
ହେରାପଞ୍ଚମୀରୁ ଚୂଲି ଅନୁକୂଳ କରାଯାଇଥାଏ। ଛେନା, ଘିଅ, ଚିନି, ଅଳେଇଚ, ଲବଙ୍ଗ, ଖିସମିସ୍ ଓ ପିସ୍ତାବାଦାମ ଆଦିରେ ପ୍ରସ୍ତୁତ ହୋଇଥାଏ ପିଠୋଉ। ତାହାକୁ ସିଝାଇବା ପରେ ଘିଅରେ ଛଣାଯାଏ। ବାହୁଡ଼ା ଯାତ୍ରା ଦିନ ତିନି ରଥ ମାଉସୀ ମା’ ସମ୍ମୁଖରେ ଅଟକେ। ତିନି ରଥରେ ପୂଜକମାନେ ତିନୋଟି ପୋଡ଼ପିଠା ମାଟିହାଣ୍ଡିରେ ରଖି ଭୋଗ କରିଥାନ୍ତି।
Tags: #RathYatra #Puri #Jagannath #CarFestival #Podapitha #ଜଗନ୍ନାଥ #ରଥଯାତ୍ରା #ଶ୍ରୀକ୍ଷେତ୍ର #ପୋଡ଼ପିଠା