ଓଡ଼ିଶାଲାଇଭ୍ ବ୍ୟୁରୋ
ମହଣ ମହଣ ସୁନାରେ ସଜେଇ ହୋଇ ସୁନାବେଶରେ ଦର୍ଶନ ଦେଉଛନ୍ତି ବଡ଼ଠାକୁର। ମହାପ୍ରଭୁଙ୍କର ଏହି ଦୁର୍ଲଭ ବେଶ ଦର୍ଶନ କରିବା ଲାଗି ପୁରୀ ଲକ୍ଷାଧିକ ଭକ୍ତଙ୍କ ଭିଡ଼ ଜମିଛି। ଦାରୁବ୍ରହ୍ମଙ୍କୁ ରାଜରାଜେଶ୍ୱର ବେଶରେ ଦର୍ଶନ କରୁଛନ୍ତି ଭକ୍ତ। ଏହାରି ମଧ୍ୟରେ ରାତି ୧୧ଟା ସୁଦ୍ଧା ସୁନାବେଶ ଦର୍ଶନ ଶେଷ ହେବା ନେଇ ଘୋଷଣା କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବନ୍ଦ ପାଢ଼ୀ।
ସେ କହିଛନ୍ତି, ଆସନ୍ତାକାଲି ଶ୍ରୀମନ୍ଦିରର ଭିତର ରତ୍ନଭଣ୍ଡାର ଖୋଲାଯିବାର କାର୍ଯ୍ୟକ୍ରମ ରହିଛି। ତେଣୁ ଶୀଘ୍ର ବଡ଼ଠାକୁରଙ୍କ ସୁନାବେଶ ଦର୍ଶନ ଶେଷ କରିବାକୁ ନିଷ୍ପତ୍ତି ନିଆଯାଇଛି।
ବାକି ରହିଥିବା ନୀତିକାନ୍ତି ଲାଗି ଯେତିକି ସେବାୟତଙ୍କର ଆବଶ୍ୟକତା ରହିଛି, ସେମାନେ ଉପସ୍ଥିତ ରହିଛି ତାହା ସମ୍ପନ୍ନ କରିବେ। ଗୁରୁବାର ସକାଳ ୮ଟା ପରେ ଶ୍ରୀମନ୍ଦିର ଭିତରକୁ ସାଧାରଣ ଭକ୍ତଙ୍କ ପ୍ରବେଶ ବନ୍ଦ ରହିବ।
Tags: #SunabesaDarshan #ShreeJagannath #Puri #RathYatra #RathJatra2024 #Odisha