ଓଡ଼ିଶାଲାଇଭ୍ ବ୍ୟୁରୋ

ଉତ୍ତରପ୍ରଦେଶର ଗୋଣ୍ଡା ଜିଲ୍ଲା ନିକଟରେ ଚଣ୍ଡିଗଡ଼-ଦିବ୍ରୁଗଡ଼ ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ଥ ହେବାରୁ ୪ ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ୨୦ରୁ ଅଧିକ ଯାତ୍ରୀ ଗୁରୁତର ଭାବେ ଆହତ ହୋଇଛନ୍ତି।

ଗୁରୁବାର ଦିନ ଗୋରଖପୁର ହୋଇ ଚଣ୍ଡିଗଡ଼-ଡିବ୍ରୁଗଡ଼ ଏକ୍ସପ୍ରେସ ଚଣ୍ଡିଗଡ଼ରୁ ଆସାମ ଅଭିମୁଖେ ଯାଉଥିଲା। ଏହି ସମୟରେ ମୋତିଗଞ୍ଜ-ଝିଲାହି ରେଳ ଷ୍ଟେସନ ମଧ୍ୟରେ ଏକ୍ସପ୍ରେସର ୬ଟି କୋଚ ଲାଇନଚ୍ୟୁତ ହୋଇଯାଇଥିଲା।

ଖବର ପାଇ ଘଟଣାସ୍ଥଳରେ ଉଦ୍ଧାରକାରୀ ଦଳ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲେ। ସ୍ଥାନୀୟ ପୋଲିସ ମୃତ ଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଆହତମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଏହି ଦୁର୍ଘଟଣା ପରେ ସମ୍ପୃକ୍ତ ରୁଟରେ ଯିବାକୁ ଥିବା ୧୧ଟି ଟ୍ରେନର ଗତିପଥ ବଦଳାଯାଇଛି ଏବଂ ଦୁଇଟି ଟ୍ରେନକୁ ବାତିଲ କରାଯାଇଛି।

Tags: #TrainAccident #ChandigarhDibrugarhExpressDerailed #UttarPradesh #Death

LEAVE A REPLY

Please enter your comment!
Please enter your name here