ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶା ଷ୍ଟାଫ ସିଲେକ୍ସନ କମିଶନ (ଓଏସଏସସି) ନିଯୁକ୍ତି ପ୍ରକ୍ରିୟାରେ ଉତ୍ତୀର୍ଣ୍ଣ ହୋଇଛନ୍ତି ସେଞ୍ଚୁରିଅନ ବିଶ୍ଵ ବିଦ୍ୟାଳୟର ‘ସ୍କୁଲ ଅଫ ପରାମେଡିକ୍ସ ଆଣ୍ଡ ଆଲ୍ଲାଏଡ୍ ହେଲଥ ସାଇନ୍ସେସ’ ଅଧୀନ ରେଡିଓଲୋଜି ବିଭାଗର ୧୭ ଜଣ ଛାତ୍ରଛାତ୍ରୀ। ଏମାନେ ରେଡିଓଗ୍ରାଫର ଭାବେ ନିଯୁକ୍ତି ପାଇବେ।
ଚଳିତ ବର୍ଷ ଓଡ଼ିଶା ଷ୍ଟାଫ ସିଲେକ୍ସନ କମିଶନ ପକ୍ଷରୁ ମୋଟ ୩୩୮ଟି ରେଡିଓଗ୍ରାଫର ପଦବୀ ଲାଗି ପରୀକ୍ଷା ହୋଇଥିଲା। ଏହି ପରୀକ୍ଷାରେ ୨୭୨ ଜଣ ପ୍ରାର୍ଥୀ ସଫଳତା ହାସଲ କରିଛନ୍ତି।
ସେହିପରି, ସେଞ୍ଚୁରିଅନ ବିଶ୍ଵବିଦ୍ୟାଳୟର ଡିପ୍ଲୋମା ଇନ୍ ମେଡିକାଲ୍ ରେଡିଓଲୋଜି ଟେକ୍ନୋଲୋଜି ପ୍ରୋଗ୍ରାମର ପ୍ରଥମ ଏବଂ ଦ୍ୱିତୀୟ ବର୍ଷର ୪ ଜଣ ଛାତ୍ର ରାଜ୍ୟସ୍ତରୀୟ ବାର୍ଷିକ ପରୀକ୍ଷାରେ ଶୀର୍ଷ ସ୍ଥାନ ଅଧିକାର କରିଛନ୍ତି।
ଓଏସଏସସି ଏବଂ ରାଜ୍ୟସ୍ତରୀୟ ପରୀକ୍ଷାରେ ସଫଳତା ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ସେଞ୍ଚୁରିଅନ ବିଶ୍ଵବିଦ୍ୟାଳୟ କୁଳପତି ପ୍ରଫେସର ସୁପ୍ରିୟା ପଟ୍ଟନାୟକ ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି, ଛାତ୍ରଛାତ୍ରୀଙ୍କ କଠିନ ପରିଶ୍ରମ ସେମାନଙ୍କୁ ଏହି ସଫଳତା ଦେଇଛି। ସେମାନେ ସେଞ୍ଚୁରିଅନ ବିଶ୍ଵବିଦ୍ୟାଳୟ ପାଇଁ ଗୌରବ ଆଣିଛନ୍ତି।
ସେଞ୍ଚୁରିଅନ ବିଶ୍ୱବିଦ୍ୟାଳୟ ଓଡ଼ିଶାର ପ୍ରଥମ ବିଶ୍ଵବିଦ୍ୟାଳୟ ଭାବେ ଆଲାଏଡ୍ ମେଡିକାଲ କାଉନସିଲ ଏବଂ ଡିଏମ୍ଇଟିଙ୍କ ଦ୍ଵାରା ଅନୁମୋଦିତ ହୋଇ ଏକାଧିକ ସ୍ଵାସ୍ଥ୍ୟ ସମ୍ବନ୍ଧୀତ ପାଠ୍ୟକ୍ରମ ପ୍ରଦାନ କରୁଛି।
Tags: #OSSCExam #CenturionUniversity #CenturionUniversityRadiologyDepartment #Education #Career