ଓଡ଼ିଶାଲାଇଭ୍ ବ୍ୟୁରୋ

ନିର୍ବାଚନ ସମୟରେ ଓଡ଼ିଆ ଅସ୍ମିତାର ସୁରକ୍ଷା ପ୍ରସଙ୍ଗ ଉଠାଇ ସରକାର ଗଠନ କରିଛି ବିଜେପି। ଏବେ ରାଜ୍ୟ ବଜେଟରେ ଓଡ଼ିଆ ଅସ୍ମିତା ପାଇଁ ୨୦୦ କୋଟି ଟଙ୍କାର କର୍ପସ ପାଣ୍ଠି ବ୍ୟବସ୍ଥା କରାଯାଇଛି। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧୀନରେ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯିବ।

ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ ପାଇଁ ପ୍ରଥମ କ୍ୟାବିନେଟ ବୈଠକରେ ୫୦୦ କୋଟି ଟଙ୍କାର କର୍ପସ ପାଣ୍ଠି ଗଠନ ନିମନ୍ତେ ନିଷ୍ପତ୍ତି ହୋଇଥିଲା। ତେଣୁ ଆଇନ ବିଭାଗ ଅଧୀନରେ ଏଥିପାଇଁ ୫୦୦ କୋଟି ଟଙ୍କାର ବଜେଟ ବ୍ୟବସ୍ଥା କରାଯାଇଛି।

ଓଡ଼ିଆ ଅସ୍ମିତାର ପୁନରୁଦ୍ଧାର ଓ ଓଡ଼ିଶାର କଳା, ସାହିତ୍ୟ, ସଂସ୍କୃତି ଏବଂ ଐତିହ୍ୟକୁ ପ୍ରୋତ୍ସାହିତ କରିବା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯିବ।

  • ଓଡ଼ିଆ ଅସ୍ମିତା ଭବନ ନିର୍ମାଣ
  • ଓଡ଼ିଆ ଅନୁବାଦ ଏକାଡେମୀ ପ୍ରତିଷ୍ଠା
  • ତାଳପତ୍ର ପାଣ୍ଡୁଲିପି ପାଇଁ ଏକ ବିଶ୍ୱସ୍ତରୀୟ ସଂଗ୍ରହାଳୟ ପ୍ରତିଷ୍ଠା
  • ପାଇକ ବିଦ୍ରୋହ ସ୍ମାରକୀ ନିର୍ମାଣ
  • ବାଲିଯାତ୍ରାକୁ ଅନ୍ତର୍ଜାତୀୟ ମାନ୍ୟତା ପ୍ରଦାନ
  • ‘କଳାକାର ଗୌରବ ନିଧି’ ଯୋଜନା ପ୍ରସ୍ତୁତିକରଣ
  • ଓଡ଼ିଶୀ ସଙ୍ଗୀତ ଓ ନୃତ୍ୟ ପରିବେଷଣ ପାଇଁ ଆର୍ଥିକ ସହାୟତା
  • ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରର ବିଶ୍ୱବିଦ୍ୟାଳୟରେ ଓଡ଼ିଆ ଚେୟାର ପ୍ରତିଷ୍ଠା
  • ଜିଲ୍ଲାସ୍ତରୀୟ ଇ-ପାଠାଗାର ପ୍ରତିଷ୍ଠା
  • ସାଂସ୍କୃତିକ ଦଳ ପରିଚାଳନା ବ୍ୟବସ୍ଥାରେ ଉନ୍ନତି

Tags: #Budget2024-25 #OdishaAssembly #CMMohanCharanMajhi #OdiaAsmita #FinanceDept #Odisha

LEAVE A REPLY

Please enter your comment!
Please enter your name here