ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜି, ଜୁଲାଇ ୨୫ ତାରିଖ ହେଉଛି ‘ବିଶ୍ଵ ଆଇଭିଏଫ୍ ଡେ’। ଯେଉଁମାନେ ସାଧାରଣ ଭାବେ ଗର୍ଭଧାରଣ କରିବାକୁ ସକ୍ଷମ ହେଉନାହାନ୍ତି, ସେମାନେ କିଭଳି ଆଇଭିଏଫ୍ ମାଧ୍ୟମରେ ଗର୍ଭଧାରଣ କରିପାରିବେ ସେ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଏହି ଦିବସ ପାଳନ କରାଯାଉଛି।

ଏହି ଅବସରରେ ଆଇଭିଏଫ ପଦ୍ଧତି ମାଧ୍ୟମରେ କେମିତି ସନ୍ତାନ ପ୍ରାପ୍ତ କରାଯାଇପାରିବ ସେ ସମ୍ପର୍କରେ ଲୋକ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ଆଇଏଫ୍‌ଆଇ ଫାଉଣ୍ଡେସନ, ଓଡ଼ିଶାଲାଇଭ୍ ଏବଂ ସ୍ୱାସ୍ଥ୍ୟପ୍ଲସ୍ ପକ୍ଷରୁ ଏକ ମିଳିତ ଡିଜିଟାଲ ମିଡିଆ କ୍ୟାମ୍ପେନ କରାଯାଇଛି।

ଆଇଭିଏଫ କ’ଣ, କେଉଁମାନେ ଆଇଭିଏଫର ସହାୟତା ନେଇପାରିବେ – ଏ ସବୁ ବିଷୟକୁ ନେଇ ଡାକ୍ତରଙ୍କ ପରାମର୍ଶ ଥିବା ଭିଡିଓ ପୋଷ୍ଟ କରାଯିବ। ‘ଓଡ଼ିଶାଲାଇଭ୍’ ନ୍ୟୁଜ ପୋର୍ଟାଲ ସହିତ ଏହାର ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟଫର୍ମରେ (ଫେସବୁକ, ଟୁଇଟର) ଏହି ଭିଡିଓଗୁଡ଼ିକ ପ୍ରସାରିତ ହେବ। ଡେଲିହଣ୍ଟ ଏବଂ ଜିଓ ନ୍ୟୁଜ ପ୍ଲାଟଫର୍ମର ଓଡ଼ିଶାଲାଇଭ୍ ପେଜରେ ମଧ୍ୟ ଏହି ବିଷୟ ଉପଲବ୍ଧ ରହିବ।

ବହୁ ଚେଷ୍ଟା କରିବା ସତ୍ତ୍ୱେ ମଧ୍ୟ ଅନେକ ଦମ୍ପତିଙ୍କର ଛୁଆ ପିଲା ହୋଇନଥାଏ। ବିଭିନ୍ନ ସମୟରେ ବନ୍ଧ୍ୟାଦୋଷ ଏହାର ମୂଳ କାରଣ ପାଲଟେ। ବନ୍ଧ୍ୟାଦୋଷ ବର୍ତ୍ତମାନ ଏକ ବଡ଼ ସମସ୍ୟା ଭାବେ ଉଭା ହୋଇଛି ବୋଲି ଡାକ୍ତର କୁହନ୍ତି।

ବନ୍ଧ୍ୟାଦୋଷ ବା ଇନଫର୍ଟିଲିଟି। ବନ୍ଧ୍ୟାଦୋଷ ପାଇଁ ଉଭୟ ମହିଳା ଏବଂ ପୁରୁଷ ସମାନ ଭାବେ ଦାୟୀ। ତେବେ ବନ୍ଧ୍ୟାଦୋଷର କାରଣ କ’ଣ, କେମିତି ଏହାର ଚିକିତ୍ସା କରାଯାଏ, ଏନେଇ ବିଶିଷ୍ଟ ପ୍ରସୂତୀ ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ମୌସୁମୀ ଆଚାର୍ଯ୍ୟ କ’ଣ କହୁଛନ୍ତି, ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।

Tags: #IVF #WorldIVFDay #Observe #InVitroFertilization #Infetility #Treatment #OdiaHealthTips #DoctorsAdvice

LEAVE A REPLY

Please enter your comment!
Please enter your name here