ଓଡ଼ିଶାଲାଇଭ୍ ବ୍ୟୁରୋ

kamala harris

ଚଳିତବର୍ଷ ଆମେରିକାର ରାଷ୍ଟ୍ରପତି ନିର୍ବାଚନ ଲଢ଼ିବେ ବର୍ତ୍ତମାନ ଉପରାଷ୍ଟ୍ରପତି ଥିବା କମଳା ହାରିସ୍। ସେ ରାଷ୍ଟ୍ରପତି ନିର୍ବାଚନରେ ଡେମୋକ୍ରାଟିକ୍ ପାର୍ଟିର ପ୍ରାର୍ଥୀ ହେବା ନେଇ ଆନୁଷ୍ଠାନିକ ଭାବେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ଏନେଇ କମଳା ହାରିସ୍ ନିଜ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି।

ଏଥର ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ କମଳା ହାରିସ୍ ରିପବ୍ଲିକାନ ପାର୍ଟିର ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପଙ୍କ ସହ ପ୍ରତିଦ୍ଵନ୍ଦ୍ଵିତା କରିବେ। କମଳା ହାରିସ୍ ରାଷ୍ଟ୍ରପତି ନିର୍ବାଚନର ପ୍ରାର୍ଥୀ ହେବାପରେ ତାଙ୍କୁ ଆମେରିକାର ବର୍ତ୍ତମାନର ରାଷ୍ଟ୍ରପତି ଜୋ ବାଇଡେନ ଏବଂ ପୂର୍ବତନ ରାଷ୍ଟ୍ରପତି ବରାକ ଓବାମା ଶୁଭେଚ୍ଛା ଜଣାଇଛନ୍ତି।

“ଆଜି ମୁଁ ଆମେରିକାର ରାଷ୍ଟ୍ରପତି ପଦ ପାଇଁ ପ୍ରାର୍ଥୀ ଭାବେ ନିର୍ବାଚନୀ ଫର୍ମରେ ଦସ୍ତଖତ କରିଛି। ପ୍ରତ୍ୟେକ ଭୋଟ୍ ପାଇବା ପାଇଁ ମୁଁ କଠିନ ପରିଶ୍ରମ କରିବି ଏବଂ ନିର୍ବାଚନରେ ଆମ ଦଳ ନିଶ୍ଚିନ୍ତ ଜିତିବ ବୋଲି ମୋର ଆଶା”, କହିଛନ୍ତି କମଳା ହାରିସ୍।

ଚଳିତବର୍ଷ ନଭେମ୍ବର ମାସରେ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ହେବ। ତେବେ କିଛି ଦିନ ପୂର୍ବରୁ ରାଷ୍ଟ୍ରପତି ଜୋ ବାଇଡେନ ରାଜନୀତିରୁ ସନ୍ନ୍ୟାସ ଘୋଷଣା କରିବା ପରେ ଡେମୋକ୍ରାଟିକ୍ ପାର୍ଟି ପକ୍ଷରୁ କମଳା ହାରିସ୍ ପ୍ରାର୍ଥୀ ହେବା ନେଇ ଚର୍ଚ୍ଚା ହେଉଥିଲା।

Tags: #KamalaHariss #USPresidentalElections #DemocraticParty #Politics #USA

LEAVE A REPLY

Please enter your comment!
Please enter your name here