ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ହେପାଟାଇଟିସ୍‌ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ପ୍ରତିବର୍ଷ ଜୁଲାଇ ୨୮ ତାରିଖକୁ ‘ବିଶ୍ୱ ହେପାଟାଇଟିସ୍‍ ଦିବସ’ ପାଳନ କରାଯାଉଛି। ହେପାଟାଇଟିସ୍ ରୋଗର ଲକ୍ଷଣ, ପରୀକ୍ଷଣ ଏବଂ ନିରାକରଣ ବିଷୟରେ ଜନ ସଚେତନତା ସୃଷ୍ଟି କରିବା ଏହି ଦିବସ ପାଳନର ଉଦ୍ଦେଶ୍ୟ ରହିଛି।

ହେପାଟାଇଟିସ୍‌କୁ ନେଇ ଲୋକ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ଆଇଏଫ୍‌ଆଇ ଫାଉଣ୍ଡେସନ, ଓଡ଼ିଶାଲାଇଭ୍ ଏବଂ ସ୍ୱାସ୍ଥ୍ୟପ୍ଲସ୍ ପକ୍ଷରୁ ଏକ ମିଳିତ ଡିଜିଟାଲ ମିଡିଆ କ୍ୟାମ୍ପେନ କରାଯାଇଛି।

ହେପାଟାଇଟିସ୍‌ କ’ଣ, କାହିଁକି ହୁଏ ଏବଂ କିପରି ଏହାର ଚିକିତ୍ସା କରାଯାଏ – ଏ ସବୁ ବିଷୟକୁ ନେଇ ଡାକ୍ତରଙ୍କ ପରାମର୍ଶ ଥିବା ଭିଡିଓ ପୋଷ୍ଟ କରାଯିବ। ‘ଓଡ଼ିଶାଲାଇଭ୍’ ନ୍ୟୁଜ ପୋର୍ଟାଲ ସହିତ ଏହାର ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟଫର୍ମରେ (ଫେସବୁକ, ଟୁଇଟର) ଏହି ଭିଡିଓଗୁଡ଼ିକ ପ୍ରସାରିତ ହେବ। ଡେଲିହଣ୍ଟ ଏବଂ ଜିଓ ନ୍ୟୁଜ ପ୍ଲାଟଫର୍ମର ଓଡ଼ିଶାଲାଇଭ୍ ପେଜରେ ମଧ୍ୟ ଏହି ବିଷୟ ଉପଲବ୍ଧ ରହିବ।

ଲିଭର ସୁସ୍ଥ ହେଲେ ଆମକୁ ଲିଭର ସିରୋସିସ୍, ଫ୍ୟାଟି ଲିଭର ଭଳି ଜଟିଳ ସମସ୍ୟାକୁ ଏଡ଼ାଇପାରିବା। ତେବେ ଲିଭରକୁ ସୁସ୍ଥ ରଖିବେ କେମିତି, ଲିଭର ଜନିତ ସମସ୍ୟାକୁ ଏଡ଼ାଇବେ କିପରି, ସୁସ୍ଥ ଲିଭର ପାଇଁ କ’ଣ ଖାଇବେ ଓ କ’ଣ ଖାଇବେ ନାହିଁ, ସେ ସମ୍ପର୍କରେ ବିଶିଷ୍ଟ ହେପାଟୋଲୋଜିଷ୍ଟ ଡାକ୍ତର ଅଶୋକ ଚୌଧୁରୀଙ୍କଠାରୁ ଅଧିକ ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।

Tags: #Hepatitis #WorldHepatitisDay #Treatment #DoctorsAdvise #OdiaHealthTips

Comment