ଓଡ଼ିଶାଲାଇଭ୍ ବ୍ୟୁରୋ

ଝାଡ଼ଖଣ୍ଡର ଚକ୍ରଧରପୁର ନିକଟରେ ମଙ୍ଗଳବାର ସକାଳେ ବଡ଼ ଧରଣର ରେଳ ଦୁର୍ଘଟଣା ଘଟିଛି। ଏଠାରେ ହାୱଡ଼ା-ମୁମ୍ବାଇ ସିଏସଏମଟି ଏକ୍ସପ୍ରେସ ଲାଇନଚ୍ୟୁତ ହୋଇ ୨ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୨୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ଏବେ ଘଟଣାସ୍ଥଳରେ ଉଦ୍ଧାରକାର୍ଯ୍ୟ ଜାରି ରହିଥିବାବେଳେ ଉକ୍ତ ରୁଟରେ ରେଳ ଚଳାଚଳ ପ୍ରଭାବିତ ହୋଇଛି।

ଦୁର୍ଘଟଣାଗ୍ରସ୍ତ ହୋଇଥିବା ଟ୍ରେନଟି ପଶ୍ଚିମବଙ୍ଗର ହାୱଡାରୁ ମୁମ୍ବାଇ ଅଭିମୁଖେ ଯାଉଥିଲା। ମଙ୍ଗଳବାର ଭୋର ୪ଟା ସମୟରେ ଟ୍ରେନଟି ଚକ୍ରଧରପୁର ନିକଟସ୍ଥ ବାରାବମ୍ବୁର ଷ୍ଟେସନ ନିକଟରେ ଥିବାବେଳେ ଏହାର ୧୮ଟି କୋଚ୍ ଲାଇନଚ୍ୟୁତ ହୋଇଥିଲା।

ଏହାପରେ ରେଳ କର୍ମଚାରୀ, ଏସଡିଆରଏଫ ଓ ଅନ୍ୟ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାରକାର୍ଯ୍ୟ ଆରମ୍ଭ କରିଥିଲେ। ଆହତ ଯାତ୍ରୀମାନଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ତେବେ କେଉଁ କାରଣରୁ ଟ୍ରେନଟି ଲାଇନଚ୍ୟୁତ ହେଲା ସେ ନେଇ ପ୍ରକୃତ ତଥ୍ୟ ଜଣାପଡ଼ିନାହିଁ। ଏହାର ତଦନ୍ତ କରାଯିବ ବୋଲି ରେଳ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି।  

Tags: #TrainAccident #Howrah-CSMTExpress #Chakradharpur #Jharkhand #IndianRailways

LEAVE A REPLY

Please enter your comment!
Please enter your name here