ଓଡ଼ିଶାଲାଇଭ୍ ବ୍ୟୁରୋ

ଚଳିତ ବର୍ଷ ଅଗଷ୍ଟ ମାସରେ ବର୍ତ୍ତମାନର ଶ୍ରୀମନ୍ଦିର ପରିଚାଳନା କମିଟିର କାର୍ଯ୍ୟକାଳ ସରିବ। ଏହାକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପାଇଁ ନୂଆ ପରିଚାଳନା କମିଟିର ଗଠନ ତଥା ଏହାର ନବକଳେବର କରାଯିବ। ଏନେଇ ରାଜ୍ୟ ଆଇନ ବିଭାଗ ପକ୍ଷରୁ ପଦକ୍ଷେପ ଆରମ୍ଭ ହୋଇଛି ବୋଲି ବୁଧବାର ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

ଶ୍ରୀଜଗନ୍ନାଥ ମନ୍ଦିର ନିୟମ ୧୯୫୫ ଧାରା ୬(୧) ଅନୁଯାୟୀ ପରିଚାଳନା କମିଟିର ସଦସ୍ୟମାନଙ୍କୁ ଚୟନ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନକୁ ଆଇନ ବିଭାଗ ନିର୍ଦ୍ଦେଶ ଦେଇଛି। ଏହି ପ୍ରକ୍ରିୟା ପାଇଁ ବିଭାଗ ପକ୍ଷରୁ ସ୍ଵତନ୍ତ୍ର ଗାଇଡଲାଇନ ଜାରି କରାଯାଇଛି।      

ଶ୍ରୀମନ୍ଦିରର ନୂଆ ପରିଚାଳନା କମିଟିର ଚୟନ ପ୍ରକ୍ରିୟାରେ ମହାପ୍ରଭୁଙ୍କ ସେବା ସହ ଅଧିକ ସଂଶ୍ଳିଷ୍ଟ ଥିବା ତଥା ଉତ୍ତମ ବ୍ୟବହାରସମ୍ପନ୍ନ ସେବାୟତଙ୍କୁ ଗରୁତ୍ଵ ଦିଆଯିବ। ଏଥିପାଇଁ ଆବଶ୍ୟକ ପଡ଼ିଲେ ଲଟେରୀ ବ୍ୟବସ୍ଥା ମଧ୍ୟ କରାଯିବ।

Tags: #ShreeMandirManagingCommitte #ShreeMandir #SJTA #Puri #Odisha

LEAVE A REPLY

Please enter your comment!
Please enter your name here