ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ଆଜି ହେଉଛି ‘ଓ୍ଵାର୍ଲ୍ଡ ଲଙ୍ଗ କ୍ୟାନ୍ସର ଡେ’ ବା ବିଶ୍ଵ ଫୁସଫୁସ୍ କର୍କଟ ଦିବସ। ଫୁସଫୁସ କର୍କଟ ସମ୍ପର୍କରେ ଲୋକଙ୍କୁ ସଚେତନ କରିବା ପାଇଁ ପ୍ରତିବର୍ଷ ଅଗଷ୍ଟ ୧ ତାରିଖରେ ଏହି ଦିବସ ପାଳନ କରାଯାଉଛି।

ଫୁସଫୁସ କର୍କଟକୁ ନେଇ ଜନ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଆଇଏଫ୍‌ଆଇ ଫାଉଣ୍ଡେସନ, ଓଡ଼ିଶାଲାଇଭ୍ ଏବଂ ସ୍ୱାସ୍ଥ୍ୟପ୍ଲସ୍ ପକ୍ଷରୁ ଏକ ମିଳିତ ଡିଜିଟାଲ ମିଡିଆ କ୍ୟାମ୍ପେନ କରାଯାଇଛି।

ଫୁସଫୁସ କର୍କଟ କ’ଣ, କାହିଁକି ହୁଏ ଏବଂ କିପରି ଏହାର ଚିକିତ୍ସା କରାଯାଏ – ଏ ସବୁ ବିଷୟକୁ ନେଇ ଡାକ୍ତରଙ୍କ ପରାମର୍ଶ ଥିବା ଭିଡିଓ ପୋଷ୍ଟ କରାଯିବ। ‘ଓଡ଼ିଶାଲାଇଭ୍’ ନ୍ୟୁଜ ପୋର୍ଟାଲ ସହିତ ଏହାର ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟଫର୍ମରେ (ଫେସବୁକ, ଟୁଇଟର) ଏହି ଭିଡିଓଗୁଡ଼ିକ ପ୍ରସାରିତ ହେବ। ଡେଲିହଣ୍ଟ ଏବଂ ଜିଓ ନ୍ୟୁଜ ପ୍ଲାଟଫର୍ମର ଓଡ଼ିଶାଲାଇଭ୍ ପେଜରେ ମଧ୍ୟ ଏହି ବିଷୟ ଉପଲବ୍ଧ ରହିବ।

ଫୁସଫୁସରେ କୌଣସି କୋଷ ଯଦି ଅନିୟନ୍ତ୍ରିତ ଭାବେ ବଢ଼ି ଚାଲିଲେ, ଏହା ଟ୍ୟୁମର ରୂପ ନେଇଥାଏ। ଏହି ଟ୍ୟୁମର ଶେଷରେ କ୍ୟାନ୍ସର ସୃଷ୍ଟି କରିଥାଏ। ତେବେ କାହିଁକି ହୁଏ ଫୁସଫୁସରେ କର୍କଟ, ବିଶିଷ୍ଟ ଫୁସଫୁସ ରୋଗ ବିଶେଷଜ୍ଞ ଡାକ୍ତର ସମ୍ପତ ଦାସଙ୍କଠାରୁ ଅଧିକ ଜାଣିବା ପାଇଁ ସ୍ୱାସ୍ଥ୍ୟପ୍ଲସ୍ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।

Tags: #WorldLungCancerDay #LungCancer #Treatment #DoctorsAdvice #OdiaHealthTips

Comment