ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ମେଲାଜ୍‌ମା ବା ମୁହଁରେ କଳାଦାଗ ଏକ ପ୍ରକାର ଚର୍ମ ଜନିତ ସମସ୍ୟା। ମେଲାଜ୍‌ମା ହେଲେ ତ୍ୱଚାରେ କଳା କିମ୍ବା ବାଦାମୀ ରଙ୍ଗର ଦାଗ ଦେଖାଦେଇଥାଏ। ଏହା ସାଧାରଣତଃ ଗାଲ, ନାକ କିମ୍ବା କପାଳରେ ହୋଇଥାଏ ବୋଲି ଡାକ୍ତର କୁହନ୍ତି।

ମୁହଁରୁ ଏହି ଦାଗ ଦୂର କରିବା ପାଇଁ ଲୋକେ ଘରୋଇ ଉପଚାର ବା ଦୋକାନରୁ ନାନା ରକମର କ୍ରିମ୍‌ ଆଣି ଲଗାଇଥାଆନ୍ତି। ଏହାଦ୍ୱାରା ସେମାନଙ୍କୁ ଅନ୍ୟ ତ୍ୱଚାଜନିତ ସମସ୍ୟାର ସାମ୍ନା ମଧ୍ୟ କରିବାକୁ ପଡ଼ିଥାଏ।

ମେଲାଜ୍‌ମା କ’ଣ, କାହିଁକି ହୁଏ, କାହାକୁ ହୋଇପାରେ ମେଲାଜ୍‌ମା ଏବଂ କିପରି ଏହାର ଚିକିତ୍ସା କରାଯାଏ, ସେ ବିଷୟରେ ଚର୍ମ ରୋଗ ବିଶେଷଜ୍ଞ ଡାକ୍ତର ସ୍ୱାତୀ ଷଡ଼ଙ୍ଗୀଙ୍କଠାରୁ ଅଧିକ ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।

Tags: #Melasma #Symptoms #Treatment #OdiaHealthTips #DoctorsAdvice

Comment