ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
ପ୍ରତିବର୍ଷ ଅଗଷ୍ଟ ମାସ ୧ ତାରିଖରୁ ୭ ତାରିଖ ପର୍ଯ୍ୟନ୍ତ ବିଶ୍ଵ ସ୍ତନ୍ୟପାନ ସପ୍ତାହ ପାଳନ କରାଯାଉଛି। ସମଗ୍ର ବିଶ୍ଵର ପ୍ରାୟ ୧୨୦ଟି ଦେଶରେ ଏହି ଦିବସ ପାଳନ କରାଯାଇଥାଏ। ଏହି ଅବସରରେ ସ୍ତନ୍ୟପାନ କରାଉଥିବା ମା’ମାନଙ୍କୁ ବିଭିନ୍ନ ସଚେତନମୂଳକ କାର୍ଯ୍ୟକ୍ରମ ମାଧ୍ୟମରେ ପରାମର୍ଶ ଦିଆଯାଇଥାଏ।
ପ୍ରତିବର୍ଷ ଗୋଟିଏ ଗୋଟିଏ ଥିମକୁ ନେଇ ବିଶ୍ଵ ସ୍ତନ୍ୟପାନ ସପ୍ତାହର ଆୟୋଜନ କରାଯାଏ। ଚଳିତ ବର୍ଷର ଥିମ ରହିଛି, ‘କ୍ଲୋଜିଂ ଦ ଗ୍ୟାପ: ବ୍ରେଷ୍ଟଫିଡିଙ୍ଗ ସପୋର୍ଟ ଫର ଅଲ’।
ସ୍ତନ୍ୟପାନ ସମ୍ପର୍କରେ ଜନ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଆଇଏଫ୍ଆଇ ଫାଉଣ୍ଡେସନ, ଓଡ଼ିଶାଲାଇଭ୍ ଏବଂ ସ୍ୱାସ୍ଥ୍ୟପ୍ଲସ୍ ପକ୍ଷରୁ ଏକ ମିଳିତ ଡିଜିଟାଲ ମିଡିଆ କ୍ୟାମ୍ପେନ କରାଯାଇଛି।
ନବଜାତ ଶିଶୁମାନଙ୍କୁ କିପରି ସୁରକ୍ଷିତ ସ୍ତନ୍ୟପାନ କରାଯିବ, ମା’କ୍ଷୀର ଶିଶୁ ପାଇଁ କେତେ ଆବଶ୍ୟକ – ଏ ସବୁ ବିଷୟକୁ ନେଇ ଡାକ୍ତରଙ୍କ ପରାମର୍ଶ ଥିବା ଭିଡିଓ ପୋଷ୍ଟ କରାଯିବ। ‘ଓଡ଼ିଶାଲାଇଭ୍’ ନ୍ୟୁଜ ପୋର୍ଟାଲ ସହିତ ଏହାର ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟଫର୍ମରେ (ଫେସବୁକ, ଟୁଇଟର) ଏହି ଭିଡିଓଗୁଡ଼ିକ ପ୍ରସାରିତ ହେବ। ଡେଲିହଣ୍ଟ ଏବଂ ଜିଓ ନ୍ୟୁଜ ପ୍ଲାଟଫର୍ମର ଓଡ଼ିଶାଲାଇଭ୍ ପେଜରେ ମଧ୍ୟ ଏହି ବିଷୟ ଉପଲବ୍ଧ ରହିବ।
ଶିଶୁ ଜନ୍ମ ହେବାର ୬ ମାସ ଯାଏଁ କେବଳ ମା’ କ୍ଷୀର ଖାଇବା ଦରକାର। ଶିଶୁର ଶାରୀରିକ ଏବଂ ମାନସିକ ବିକାଶ ପାଇଁ ଏହା ଅତ୍ୟନ୍ତ ଜରୁରୀ। ସ୍ତନ୍ୟପାନ ବିଷୟରେ ଶିଶୁ ରୋଗବିଶେଷଜ୍ଞ ଡାକ୍ତର ଅଭିଲିପ୍ସା ଆଚାର୍ଯ୍ୟଙ୍କଠାରୁ ଅଧିକ ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।
Tags: #WorldBreastfeedingweek2024 #Breastfeeding #OdiahealthTips #DoctorsAdvice