ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ପ୍ରତିବର୍ଷ ଅଗଷ୍ଟ ମାସ ୧ ତାରିଖରୁ ୭ ତାରିଖ ପର୍ଯ୍ୟନ୍ତ ବିଶ୍ଵ ସ୍ତନ୍ୟପାନ ସପ୍ତାହ ପାଳନ କରାଯାଉଛି। ସମଗ୍ର ବିଶ୍ଵର ୧୨୦ଟି ଦେଶରେ ଏହା ପାଳନ କରାଯାଇଥାଏ। ଏହି ଅବସରରେ ସ୍ତନ୍ୟପାନ କରାଉଥିବା ମା’ମାନଙ୍କୁ ବିଭିନ୍ନ ସଚେତନମୂଳକ କାର୍ଯ୍ୟକ୍ରମ ମାଧ୍ୟମରେ ପରାମର୍ଶ ଦିଆଯାଇଥାଏ।

ପ୍ରତିବର୍ଷ ଗୋଟିଏ ଗୋଟିଏ ଥିମକୁ ନେଇ ବିଶ୍ଵ ସ୍ତନ୍ୟପାନ ସପ୍ତାହର ଆୟୋଜନ କରାଯାଏ। ଚଳିତ ବର୍ଷର ଥିମ ରହିଛି, ‘କ୍ଲୋଜିଂ ଦ ଗ୍ୟାପ: ବ୍ରେଷ୍ଟଫିଡିଙ୍ଗ ସପୋର୍ଟ ଫର ଅଲ’।

ସ୍ତନ୍ୟପାନ ସମ୍ପର୍କରେ ଜନ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଆଇଏଫ୍‌ଆଇ ଫାଉଣ୍ଡେସନ, ଓଡ଼ିଶାଲାଇଭ୍ ଏବଂ ସ୍ୱାସ୍ଥ୍ୟପ୍ଲସ୍ ପକ୍ଷରୁ ଏକ ମିଳିତ ଡିଜିଟାଲ ମିଡିଆ କ୍ୟାମ୍ପେନ କରାଯାଇଛି।

ନବଜାତ ଶିଶୁମାନଙ୍କୁ କିପରି ସୁରକ୍ଷିତ ସ୍ତନ୍ୟପାନ କରାଯିବ, ମା’କ୍ଷୀର ଶିଶୁ ପାଇଁ କେତେ ଆବଶ୍ୟକ – ଏ ସବୁ ବିଷୟକୁ ନେଇ ଡାକ୍ତରଙ୍କ ପରାମର୍ଶ ଥିବା ଭିଡିଓ ପୋଷ୍ଟ କରାଯିବ। ‘ଓଡ଼ିଶାଲାଇଭ୍’ ନ୍ୟୁଜ ପୋର୍ଟାଲ ସହିତ ଏହାର ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟଫର୍ମରେ (ଫେସବୁକ, ଟୁଇଟର) ଏହି ଭିଡିଓଗୁଡ଼ିକ ପ୍ରସାରିତ ହେବ। ଡେଲିହଣ୍ଟ ଏବଂ ଜିଓ ନ୍ୟୁଜ ପ୍ଲାଟଫର୍ମର ଓଡ଼ିଶାଲାଇଭ୍ ପେଜରେ ମଧ୍ୟ ଏହି ବିଷୟ ଉପଲବ୍ଧ ରହିବ।

ସ୍ତନପାନ ଉଭୟ ମା’ ଓ ଶିଶୁ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣା ଏହା ଶିଶୁର ଶାରୀରିକ ତଥା ମାନସିକ ବୃଦ୍ଧି ପାଇଁ ବେଶ୍‌ ଜରୁରୀ।

ତେବେ ସ୍ତନ୍ୟପାନର ସଠିକ ପଦ୍ଧତି କେମିତି ହେବା ଦରକାର, ସ୍ତନ୍ୟପାନ ପୂର୍ବରୁ କେମିତି ପ୍ରସ୍ତୁତ ହେବା ଆବଶ୍ୟକ, ଏ ସମସ୍ତ ବିଷୟରେ ବିଶିଷ୍ଟ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଡାକ୍ତର ସ୍ମିତା ଷଢ଼ଙ୍ଗୀଙ୍କଠାରୁ ଅଧିକ ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।

Tags: #WorldBreastfeedingweek2024 #Breastfeeding #OdiahealthTips #DoctorsAdvice #ClosingthegapBreastfeedingsupportforall

Comment