ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
ସାଧାରଣତଃ ଆଣ୍ଠୁରେ ବଥା, ଫୁଲା କିମ୍ବା ଦରଜ ହେଲେ ଆମେ ଗଣ୍ଠିବାତ ବା ଆର୍ଥ୍ରାଇଟିସ୍ ବୋଲି ଭାବିଥାଉ। ତେବେ ସବୁ ଆଣ୍ଠୁ ବିନ୍ଧାର କାରଣ ଆର୍ଥ୍ରାଇଟିସ୍ ବା ଗଣ୍ଠିବାତ ନୁହେଁ ବୋଲି ଡାକ୍ତର କୁହନ୍ତି।
ମଣିଷର ଆଣ୍ଠୁ ମଝିରେ ଏକ ଗଦି ଅଂଶ (ମେନିସ୍କସ୍) ଥାଏ, କୌଣସି କାରଣବଶତଃ ଯଦି ଆଣ୍ଠୁ ମୋଡ଼ି ହୋଇଯାଏ ବା ଆଣ୍ଠୁରେ ଆଘାତ ଲାଗେ, ସେହି ଗଦି ଅଂଶ ଫାଟିଯାଏ। ଫଳରେ ଟିୟର ହୋଇଯାଏ।
ଏଥିଯୋଗୁଁ ବ୍ୟକ୍ତିଙ୍କୁ ଆଣ୍ଠୁବିନ୍ଧା ହୋଇଥାଏ।
ମେନିସକସ କ’ଣ, ମେନିସକସ ଟିୟର ଯୋଗୁଁ ହେଉଥିବା ଆଣ୍ଠୁବିନ୍ଧା କିଭଳି ଭିନ୍ନ ଏବଂ ଏହାର ଚିକିତ୍ସା କେମିତି କରାଯାଏ, ସେ ସମ୍ପର୍କରେ ବିଶିଷ୍ଟ ଅସ୍ଥିଶଲ୍ୟ ବିଶେଷଜ୍ଞ ଡାକ୍ତର ଶକ୍ତି ସ୍ୱରୂପଙ୍କଠାରୁ ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।
Tags: #KneePain #MeniscusTear #Treatment #OdiahealthTips #DoctorsAdvice

















