ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ଆଜି ହେଉଛି ବିଶ୍ଵ ଅଙ୍ଗଦାନ ଦିବସ। ଅଙ୍ଗଦାନ ସମ୍ପର୍କରେ ଲୋକଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଅଗଷ୍ଟ ୧୩ ତାରିଖକୁ ଏହି ଦିବସ ପାଳନ କରାଯାଉଛି।

ଅଙ୍ଗଦାନ କ’ଣ, କେମିତି କରାଯାଏ ଅଙ୍ଗଦାନ ଓ ଅଙ୍ଗଦାନ କେତେ ପ୍ରକାର – ଏ ସବୁ ବିଷୟକୁ ନେଇ ଡାକ୍ତରଙ୍କ ପରାମର୍ଶ ଥିବା ଭିଡିଓ ପୋଷ୍ଟ କରାଯିବ। ‘ଓଡ଼ିଶାଲାଇଭ୍’ ନ୍ୟୁଜ ପୋର୍ଟାଲ ସହିତ ଏହାର ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟଫର୍ମରେ (ଫେସବୁକ, ଟୁଇଟର) ଏହି ଭିଡିଓଗୁଡ଼ିକ ପ୍ରସାରିତ ହେବ। ଡେଲିହଣ୍ଟ ଏବଂ ଜିଓ ନ୍ୟୁଜ ପ୍ଲାଟଫର୍ମର ଓଡ଼ିଶାଲାଇଭ୍ ପେଜରେ ମଧ୍ୟ ଏହି ବିଷୟ ଉପଲବ୍ଧ ରହିବ।

ଚକ୍ଷୁ ଦାନ ମହତ ଦାନ। ଜଣେ ବ୍ୟକ୍ତି ଚକ୍ଷୁ ଦାନ କଲେ ୨ଜଣ ବ୍ୟକ୍ତି ସ୍ଵଚ୍ଛପଟଳ ଜନିତ ଅନ୍ଧତ୍ୱରୁ ରକ୍ଷା ପାଇପାରିବେ ଏବଂ ଦୁନିଆକୁ ଦେଖିପାରିବେ। ତେଣୁ ଚକ୍ଷୁଦାନ ନିହାତି ଦରକାର ବୋଲି ଡାକ୍ତର କୁହନ୍ତି।

ତେବେ କେମିତି ହୁଏ ଚକ୍ଷୁଦାନ, କିଏ ଚକ୍ଷୁଦାନ କରିପାରିବେ ଓ ଚକ୍ଷୁ ସଂଗ୍ରହ କେମିତି କରାଯାଏ, ସେ ସମ୍ପର୍କରେ ଚକ୍ଷୁରୋଗ ବିଶେଷଜ୍ଞ ଡାକ୍ତର ସୁଜାତା ଦାସଙ୍କଠାରୁ ବିସ୍ତୃତ ଭାବେ ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।

Tags: #OrganDonation #OdiaHealtTips#EyeDonation#CorneaTransplant #DoctorsAdvice #HealthCare #Odisha #WorldOrganDonationDay2024

LEAVE A REPLY

Please enter your comment!
Please enter your name here