ଓଡ଼ିଶାଲାଇଭ୍ ବ୍ୟୁରୋ
ଉଲ୍ଲେଖନୀୟ ସେବା ଓ ସାହସିକତା ପାଇଁ ପଦକ ଘୋଷଣା କଲେ କେନ୍ଦ୍ର ଗୃହ ମନ୍ତ୍ରାଳୟ। ଅଗଷ୍ଟ ୧୫ ତାରିଖ ସ୍ଵାଧୀନତା ଦିବସ ଅବସରରେ ଏହି ପଦକ ପ୍ରଦାନ କରାଯିବ। ଉଲ୍ଲେଖନୀୟ ସେବା ଏବଂ ସାହସିକତା ପାଇଁ ଓଡ଼ିଶାର ମୋଟ ୧୩ ଜଣଙ୍କୁ ମିଳିବ ମେଡାଲ। ରାଜ୍ୟର ୧୧ ଜଣଙ୍କୁ ପୋଲିସ ମେଡାଲ ଏବଂ ଦୁଇଜଣଙ୍କୁ ମିଳିବ ରାଷ୍ଟ୍ରପତି ପଦକ।
ଚଳିତ ବର୍ଷ ମୋଟ ୧,୦୩୭ ଜଣଙ୍କୁ ପୋଲିସ ମେଡାଲ ପ୍ରଦାନ କରାଯିବ। ଏଥିମଧ୍ୟରୁ ଓଡ଼ିଶାକୁ ମିଳିବ ୧୧ଟି ପୋଲିସ ମେଡାଲ।
ଜାଣନ୍ତୁ କିଏ ପାଇବେ ପୋଲିସ ମେଡାଲ
- ଡେପୁଟି କମାଣ୍ଡାଣ୍ଟ କୌଶିକ କୁମାର ନାଏକ
- ଡିଏସପି ସନତ କୁମାର ନାଥଶର୍ମା
- ଡିଏସପି କବିତା ସାହୁ
- ଇନ୍ସପେକ୍ଟର ହରିବନ୍ଧୁ ଭତ୍ରା
- ସବ୍ ଇନ୍ସପେକ୍ଟର ପ୍ରଦ୍ୟୁମ୍ନ କୁମାର ନନ୍ଦ
- ଆସିଷ୍ଟାଣ୍ଟ ସବ ଇନ୍ସପେକ୍ଟର ବାବୁଲା ସାମଲ
- କନଷ୍ଟେବଲ ପ୍ରମୋଦ କୁମାର ମହାନ୍ତ
- କନଷ୍ଟେଳ ସଞ୍ଜୁକ୍ତା ପଟ୍ଟନାୟକ
- ହାବିଲଦାର ତୋଫାନ ବେହେରା
- ହାବିଲଦାର ପ୍ରାଣକୃଷ୍ଣ ଲେଙ୍କା
- ହାବିଲଦାର ସୁରେଶ ଚନ୍ଦ୍ର ରାଉତ
ସେହିପରି ସାହସିକତା ପାଇଁ ଏସଟିଏଫ ଡିଏସପି ସଚିଦାନ୍ଦ ରଥ ଓ ଏଡିଜିପି ସୁରେଶ ଦେବଦତ୍ତ ସିଂହଙ୍କୁ ରାଷ୍ଟ୍ରପତି ପଦକ ପ୍ରଦାନ କରାଯିବ।
Tags: #PoliceMedal #PresidentMedal #DistinguishedService #MeritoriousService #OdishaPolice #Independenceday2024














